Wq/or/କବିତା/ ସନ୍ଥ କବୀର/୩୫: ଆସ ସଂସାରକୁ ମୋର
(vâlam, âwo hamâre geh re)
ତୁମ ବିରହେ ମନ ଶରୀର ପ୍ରେମରେ ମୋର ଆତୁର,
ହେ ମୋର ପ୍ରିୟ ଦୟା କର ତୁ, ଆସ ସଂସାରକୁ ମୋର ।
ଲୋକେ କହନ୍ତି ମୁଁ ତୁମ କନ୍ୟା, ଶୁଣି ମୁଁ ହୁଏ ଲଜ୍ଜିତ,
ଯେଣୁ ମୋ ହୃଦ ସ୍ପର୍ଷ କରିନି ତୁମ ହୃଦ ଏ ଯାବତ ।
କି ପ୍ରକାର ଏ ପ୍ରେମ ହୃଦୟ ସଦା ସର୍ବଦା ଅସ୍ଥିର,
ଲଗୁନି ନିଦ, ରୁଚୁନି ଖାଦ୍ୟ ଗୃହ ଅଥବା ହାହାର ।
ତୃଷାର୍ତ୍ତ ପାଇଁ ଜଳ ଯେପରି, କନ୍ୟାକୁ ସେପରି ବର,
ଖବର କିଏ ନେବ, କବୀର ତାଙ୍କ ଦର୍ଶନେ ଅଧୀର ।