Wq/or/କବିତା/ ସନ୍ଥ କବୀର/୩୪: ତୁମର ମୋର ପ୍ରେମ କଟିବ କିପରି ସମ୍ଭବ ଏହା

ସନ୍ଥ କବୀର > ୩୪: ତୁମର ମୋର ପ୍ରେମ କଟିବ କିପରି ସମ୍ଭବ ଏହା

ତୁମର ମୋର ପ୍ରେମ କଟିବ, କିପରି ସମ୍ଭବ ଏହା [1] edit

ପଦ୍ମ ପୁଷ୍ପର ପତ୍ର ଯେପରି ଜଳ ଉପରେ ସଂସ୍ଥିତ,
ମୁଁ ତୁମ ଭୃତ୍ୟ, ତୁମେ ମୋ ପ୍ରଭୁ, ତୁମ ସାଥିରେ ବିନ୍ୟସ୍ତ ।

ଚକୋର ପକ୍ଷୀ ସମ୍ପୁର୍ଣ୍ଣ ରାତି,ଚାହିଁ ଥାଏ ଚନ୍ଦ୍ର ଦିଗେ,
ମୁଁ ତୁମ ଭୃତ୍ୟ, ତୁମେ ମୋ ପ୍ରଭୁ, ଚାହିଁ ଅଛି ତୁମ ଦେଗେ ।

ତୁମ ଆମର ପ୍ରେମ ଅମର, ରହିଛି ଅନନ୍ତ କାଳ,
କୁହ କିପରି ଲିଭିବ ଏହି ଆମର ପ୍ରେମ ଅନଳ ।

କବୀର କହେ ନଦୀ ଯେପରି ପ୍ରବେଶ କରେ ସାଗର,
ସେହିପରି ମୋ ହୃଦେ ପ୍ରବେଶ କରେ ହୃଦୟ ତୁମର ।

ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir