Wq/or/କବିତା/ ସନ୍ଥ କବୀର/୩୩: ମନ ଅଛି ମୋର ମସ୍ତ

ସନ୍ଥ କବୀର > ୩୩: ମନ ଅଛି ମୋର ମସ୍ତ

ମନ ଅଛି ମୋର ମସ୍ତ [1] edit

ମନ ଅଛି ମୋର ମସ୍ତ ଏବେ କାହିଁକି କଥା ମୁଁ ହେବି,

ହୀରା ପାଇଲି ଗଣ୍ଠିଲି କଲି, କାହିଁ ପୁନଶ୍ଚ ଖୋଲିବି ।
ଲଘୁ ତରାଜୁ ହୋଇଲା ଗୁରୁ, ତେବେ କାହିଁକି ମାପିବି,
ଖୁସି ମଦିରା ପିଇଲି ମୁହିଁ, ମୁଖରେ ଆନନ୍ଦ ଖେଳେ,
ମାନ ସରୋବରେ ଯେ ହଂସ ଖେଳେ, ଅଳ୍ପ ଜଳରେ କି ଖେଳେ ?
ତୋର ମାଲିକ ଘଟରେ ସ୍ଥିତ, ବହିଃ ଚକ୍ଷୁ କାହିଁ ଖୋଲ,
କବୀର କହେ ଶୁଣନ୍ତୁ ସାଧୁ, ଯେମିତି ମଞ୍ଜିରେ ତେଲ ।

ଆଧାର edit

  1. http://en.wikisource.org/wiki/One_Hundred_Poems_by_Kabir