Wq/or/କବିତା/ ସନ୍ଥ କବୀର/୩୨: ନାଚ ରେ ମନ ନାଚ
ନାଚ ରେ ମନ ନାଚ, ତୁ ମତୁଆଲା ହୋଇ ନାଚ ।
ପ୍ରେମ ଭାବରେ ଦିବସ ରାତ୍ରୀ, ସଙ୍ଗୀତମୟ ତୁ ନାଚ,
ସାରା ସଂସାର ଶୁଣେ ଝଙ୍କାର, ତାହା ସାଥୀରେ ତୁ ନାଚ ।
ସୁଖରେ ବାୟା ଜୀବନ ମୃତ୍ୟୁ, ତାଳରେ କରନ୍ତି ନାଚ,
ପର୍ବତ ନାଚେ, ସମୁଦ୍ର ନାଚେ, ଧରିତ୍ରୀ ସହ ତୁ ନାଚ ।
ପୁରୁଷ ନାରୀ ଏହି ସଂସାରେ ନାଚନ୍ତି ସୁଖ ଦୁଃଖରେ,
ସାଧୁ ପୋଷାକ ପିନ୍ଧି କାହିଁକି ଏକାନ୍ତେ ରହୁ ଗର୍ବରେ ।
ଦେଖ ମୋ ହୃଦ ନାଚେ କିପରି ସହସ୍ର କଳାରେ ସ୍ଫୀତ,
ଦେଖି ଏହାକୁ ଆମର ପ୍ରଭୁ ଆନନ୍ଦରେ ଗଦଗଦ ।