Wq/or/କବିତା/ ସନ୍ଥ କବୀର/୩୦: ବସିଛି ପକ୍ଷୀ ଏହି ବୃକ୍ଷରେ
ବସିଛି ପକ୍ଷୀ ଏହି ବୃକ୍ଷରେ,
ନାଚୁଅଛି ସେ ମନ ଖୁସିରେ ।
କେହି ନ ଯାଣେ ଅଛି କେ ସ୍ଥାନେ,
କିଏ ଜାଣେ ତା ସଙ୍ଗୀତ ମାନେ ।
ଶାଖାର ଛାଇ ବହଳ ସ୍ଥାନ,
ପାତିଛି ତାର ନୀଡ ସଂସ୍ଥାନ ।
ସଂଧ୍ୟାରେ ଆସି ସକାଳେ ଯାଏ,
ଉଡିଯାଏ ଓ କଥା ନ କହେ ।
ମମ ଶରୀର ମଧ୍ୟେ ସେ ଥାଇ,
ରହେ ମଧୁର ଗୀତ ସେ ଗାଇ ।
ନାହିଁ ଆକାର, ନା ପଛ ଆଗ,
ନାହିଁ ତା ରଙ୍ଗ ନୁହେଁ ବେରଙ୍ଗ ।
ଅପ୍ରାପ୍ୟ, ଅସୀମ, ଚିରନ୍ତନର,
ବାସ, ଅଜଣା ଯିବା ଆସିବାର ।
କହେ କବୀର ଶୁଣ ଭାଇ ସାଧୁ ,
ଖୋଜିବା, ସାଧୁଙ୍କୁ ଛାଡି ଦିଅନ୍ତୁ ।