Wq/or/କବିତା/ ସନ୍ଥ କବୀର/୨୫: ନିଜକୁ ନିଜେ ହରି ଲୁଚାନ୍ତି
(Hari ne apnâ âp chipâyâ)
ନିଜକୁ ନିଜେ ହରି ଲୁଚାନ୍ତି,
ଆଶ୍ଚର୍ଯ୍ୟ ଭାବେ ବି ଦେଖା ଦିଅନ୍ତି ।
ତାଙ୍କ ଦୟାରୁ ମୁଁ ସୀମା ବିହୀନ,
ମୋ ଆବରଣ ଅତି କଠିନ ।
ପ୍ରଭୁ ଆଣନ୍ତି ଦୁଃଖ ଆନନ୍ଦ,
ସେହି ମିଟାନ୍ତି ତାଙ୍କ ବିବାଦ ।
ସମର୍ପି ଦେବି ତନୁ ଓ ମନ,
କରି ଦେବି ମୁଁ ଜୀବନ ଦାନ ।
ଜୀବ ପାରିବି ଉତ୍ସର୍ଗ କରି,
ଭୁଲିବି ନାହିଁ କେବେ ଶ୍ରୀହରି ।