Wq/or/କବିତା/ ସନ୍ଥ କବୀର/୨୨: ମୋ ପ୍ରାଣ ଖୋଜେ ପ୍ରକୃତ ଗୁରୁ
ମୋ ପ୍ରାଣ ଖୋଜେ ଗୁରୁ ପ୍ରକୃତ,
ଯେ ଭରେ ପ୍ରେମ ପିଆଲା ସତ ।
ସେ ପିଆଲାରୁ ନିଜେ ପିଅନ୍ତି,
ସ୍ନେହ ଦେଇ ସେ ମୋତେ ଯାଚନ୍ତି ।
ଚକ୍ଷୁରୁ ପର୍ଦା ହଟେଇ ଦେଇ,
ଦିଅନ୍ତି ବ୍ରହ୍ମ ଦୃଷ୍ଟି ଦେଖେଇ ।
ସାରା ସଂସାର ନିଜ ଭିତରେ,
ପ୍ରକାଶ କରି ଦେଖାନ୍ତି ମୋତେ ।
ଚାରି ଦିଗ ହୁଏ ସଙ୍ଗୀତମୟୀ,
କୌଣସି ବାଦ୍ୟ ବାଜୁ ନଥାଇ ।
ସୁଖ ଓ ଦୁଃଖ ପ୍ରକୃତ ଏକ,
ତାଙ୍କ କଥା ହିଁ ପ୍ରେମ ପ୍ରତୀକ ।
କବୀର କହେ ଏପରି ଗୁରୁ,
ନାହିଁ ତାଙ୍କର ଡର ଯମାରୁ ।
ବାଟ କଢେଇ କରନ୍ତି ରକ୍ଷା,
ଯେଉଁ ସ୍ଥାନରେ ଅଛି ସୁରକ୍ଷା ।