Wq/or/କବିତା/ ସନ୍ଥ କବୀର/୧୧: ଖେଳୁଥିଲି ମୁଁ ସାଥୀଙ୍କ ସଙ୍ଗେ
(nis' din khelat rahî sakhiyân sang)
ଖେଳୁଥିଲି ମୁଁ ସାଥୀଙ୍କ ସଙ୍ଗେ କି ରାତି ଅଥବା ଦିନ,
ଡର ଲାଗେ ବର୍ତ୍ତମାନ,
ପ୍ରଭୁ ପ୍ରାସାଦ ଉଚ୍ଚ ପାବଚ୍ଛ, ଚଢିଲେ ଥରେ ହୃଦୟ,
ତଥାପି ମୁହିଁ ଡରି ଯିବିନି, ଲଭିବି ତାଙ୍କ ପ୍ରଣୟ ।
ପ୍ରଭୁ ନିମନ୍ତେ ହୃଦ ଉନ୍ମୁକ୍ତ, ମୁକ୍ତ ସବୁ ଆବରଣ,
ଭେଟିବ ସାରା ଶରୀର,
ପ୍ରେମ ପ୍ରଦୀପ ଜଳେଇ ମୋର ଚକ୍ଷୁ କରିବ ପୂଜନ ।
କହେ କବୀର ଶୁଣ ମୋ ଭାଇ, ବୁଝି ପାରନ୍ତି ସେ ପ୍ରେମ,
ଯଦି ନାହିଁ ତୋ ମନରେ ପ୍ରେମ, ଆଭୁଷଣ ନିଷ୍ଫଳ,
ନିଷ୍ଫଳ ଚକ୍ଷୁ କଜ୍ଜ୍ଵଳ ।