Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ସାହସ କରିବା ଲୋକର କେବେ ହାର ହୁଏ ନାହିଁ

ହରିବଂଶ ରାଏ ବଚ୍ଚନ > କବିତା: ସାହସ କରିବା ଲୋକର କେବେ ହାର ହୁଏ ନାହିଁ

ସାହସ କରିବା ଲୋକର କେବେ ହାର ହୁଏ ନାହିଁ [1] edit

ଲହରୀ ଡରରେ ନଉକା କେବେ ପାର ହୁଏ ନାହିଁ,
ସାହସ କରିବା ଲୋକର କେବେ ହାର ହୁଏ ନାହିଁ ।

କ୍ଷୁଦ୍ର ଗୋଟିଏ ପିମ୍ପୁଡି ଦାନା ପାଟିରେ ନେଇ ଯାଏ,
କାନ୍ଥ ଉପରେ ଚଢିଲେ ଶହେ ଥର ସେ ପଡିଯାଏ ।

ମନ ବିଶ୍ଵାସ ଶିରାରେ ତାର ସାହସ ଦିଏ ଭରି ,
ଚଢି ଖସିବା, ଖସି ଚଢିବା କଷ୍ଟ ଲାଗେନି ଭାରି ।

ପରିଶେଷରେ ଶ୍ରମ ତାହାର ବେକାର ଯାଏ ନାହିଁ,
ସାହସ କରିବା ଲୋକର କେବେ ହାର ହୁଏ ନାହିଁ ।

ସିନ୍ଧୁ ଜଳରେ ବୁଡାଳି ବୁଡ଼ ପକେଇ ଚାଲି ଥାଏ,
ଥରକୁ ଥର ବୁଡ଼ ପକେଇ ଖାଲି ହାତେ ଫେରୁ ଥାଏ ।

ମିଳେନି ମୋତି ଅତି ସହଜେ ଗଭୀର ଜଳ ମଧ୍ୟରେ,
ହେଲେ ବି ହଇରାଣ ସେ ବୁଡେ ଦ୍ଵିଗୁଣା ଉତ୍ସାହରେ ।

ମୁଠି ତାହାର ପ୍ରତ୍ୟେକ ଥର ଖାଲି କେବେ ହୁଏ ନାହିଁ,
ସାହସ କରିବା ଲୋକର କେବେ ହାର ହୁଏ ନାହିଁ ।

ଅସଫଳତାର ଆହ୍ଵାନ ନିଅ, ଏହାକୁ କର ସ୍ଵୀକାର,
କେଉଁଠି କମି ରହି ଯାଉଛି, ଦେଖି କର ସୁଧାର ।

ଯେଉଁ ପର୍ଯ୍ୟନ୍ତ ସଫଳ ନୁହ୍ଁ, ସୁଖ ନିଦ୍ରା ତ୍ୟାଗ କର,
ସଂଘର୍ଷ ପଡିଆ ଛାଡିଦେଇ ତୁ ପଳାୟନ ନ କର ।

କିଛି ବି କର୍ମ କରିବା ବିନା ଜୟ ଜୟକାର ନାହିଁ,
ସାହସ କରିବା ଲୋକର କେବେ ହାର ହୁଏ ନାହିଁ ।

ଆଧାର edit

  1. https://web.archive.org/web/20200510134022/http://www.geeta-kavita.com/indian_poetry_list.asp?author=Harivansh_Rai_Bachchan