Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ସମ ବେଦନା ତୁମର ନେଇ କରିବି କଅଣ

ହରିବଂଶ ରାଏ ବଚ୍ଚନ > କବିତା: ସମ ବେଦନା ତୁମର ନେଇ କରିବି କଅଣ

ସମ ବେଦନା ତୁମର ନେଇ କରିବି କଅଣ [1] edit

ଯେବେ ଯେବେ ବି ଦୁଃଖିତ ହେଲି
ସମବେଦନା ତୁମ ପାଇଲି
ସଦା ସର୍ବଦା କୃତଜ୍ଞ ହେଲି
ଦୁହେଁ ଏ ରୀତି ପାଳନ କଲେ,
କିନ୍ତୁ ଏ କୃତଜ୍ଞତାର ଭାର ହେଲାଣି ଭାରି
କଅଣ କରିବି ସମବେଦନା ନେଇ ତୁମରି,
କଅଣ କରିବି ?

କେବେ ବି ଏକ ଉଚ୍ଛ୍ଵାସ ମୋର
ହେଲା କି କେଉଁ ଦିନ ତୁମର ?
ସେହି ଚକ୍ଷୁରୁ କେବେ ବୋହିଲା
ଏହି ଚକ୍ଷୁର ଅଶ୍ରୁର ଧାର ?
କେଉଁ ପର୍ଯ୍ୟନ୍ତ ଶବ୍ଦକୁ ପେଡିରେ ଥିବ ଆବୋରି
କଅଣ କରିବି ସମବେଦନା ନେଇ ତୁମରି,
କଅଣ କରିବି ?

ଏମିତି କିଏ ଅଛି ନିଜର
ଦୁଃଖ ପରକୁ ଦେଇ ପାରିବ ?
ଏମିତି କିଏ ଅଛି ପରର
ଦୁଃଖକୁ ନିଜେ ସାଉଁଟି ନେବ ?
କାହିଁକି ରହିବ ଆମ ଭିତରେ
ଧୋକାର ଏହି ବେପାର ଜାରି ।
କଅଣ କରିବି ସମବେଦନା ନେଇ ତୁମରି,
କଅଣ କରିବି ?

କାହିଁକି ଆମେ ମାନି ନେବାନି
ଚାଲୁଛେ ଏହି ରାସ୍ତା ଉପର
ଏକା ପଥର ଯେଉଁ ପଥିକ
ବାଣ୍ଟେନି ଦୁଃଖ ପରସ୍ପରର
ଅନ୍ୟର ଦୁଃଖ ଦରଦ ବେଳେ
ଯିଏ ବେଦନା ଦେଖେଇ ଦିଏ
ନିଜର ହର୍ଷ ଲୁଚାଏ ସେହି
ବେଦନା ମୁକ୍ତ ହୋଇବା ପାଇଁ
ତୁମେ ଦୁଃଖରେ ମୁଁ ସୁଖି ହୁଏ
ଅଭିଶାପ ଏ ବିଶ୍ଵର ଭାରି
କଅଣ କରିବି ସମବେଦନା ନେଇ ତୁମରି,
କଅଣ କରିବି ?

ଆଧାର edit

  1. https://web.archive.org/web/20121120203642/http://geeta-kavita.com/hindi_sahitya.asp?id=511