Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ମୋତେ ଡାକି ନିଅ

ମୋତେ ଡାକି ନିଅ [1]

edit

ଏଇଥି ପାଇଁ ଠିଆ ହୋଇଛି ତୁମେ ମୋତେ ଡାକିନେବ

ଧରିତ୍ରୀ ମୋତେ କଥା କହୁନି, ଆକାଶ ବି କହୁ ନାହିଁ
ପୃଥିବୀ ମୋତେ ଦର୍ଶନ କରି ପାଟି ବି ଖୋଲୁ ନାହିଁ
ଏମିତି ଯାଗା ନାହିଁ ଯେଉଠି ଗଣା ନୁହେଁ ଅଜଣାରେ
କେତେ ଯେ ଜାଗା ବୁଲା ସରିଲା ହୃଦ ମନ ଅନୁସାରେ
କେଉଁ ମଣିଷ ଆଶାକୁ ତ୍ୟାଗ କରି ବା ବଞ୍ଚି ରହିଛି
ମୋତେ ଡାକିବ ଏଇଥି ପାଇଁ ଠିଆ ହୋଇ ରହିଛି ।

ଏଇଥି ପାଇଁ ଠିଆ ହୋଇଛି ତୁମେ ମୋତେ ଡାକିନେବ

ନେତ୍ରର ତରି କଳା ସମୁଦ୍ର ପାରି ନାହିଁ ପାର କରି
ବିନଷ୍ଟ ସ୍ଵପ୍ନ ଲଦି ବିଷାଦ ସ୍ମୃତିରେ ଯାଇଛି ଭରି
ଭୂମିକୁ କୂଳ ମିଳିଲା ନାହିଁ, କାକକୁ ସକାଳ ନାହିଁ
କମିଲା ନାହିଁ, ସରିଲା ନାହିଁ, ବିରହ ଘେରା ବିଭାବରୀ
ଏମିତି କିଏ ଅଛି ମନୁଷ୍ୟ ପ୍ରେମ ଅଭାବ ଭଲ ଲାଗିବ
ଠିଆ ହୋଇଛି ଏଇଥି ପାଇଁ ଆଦର ମୋତେ ମିଳିବ ।

ଏଇଥି ପାଇଁ ଠିଆ ହୋଇଛି ତୁମେ ମୋତେ ଡାକିନେବ

ବସନ୍ତ ଆଶା ଉଜୁଡି ଯିବା ସମ ମୋତେ ଲାଗିଲା
ନିଦାଘେ ଆଶା କରି ବସିଲି ଫଗୁଣ ମଳୟ ମାଳା
ମରୁର ମରିଚିକା ସୁଧାମୟୀ ଅନୁଭବ ମୋତେ ହେଲା
ଅଙ୍ଗାରଠାରୁ ତୁଷାର ଆଶା ମୋତେ ଜଣା ପଡୁଥିଲା
ଏମିତି କେଉଁ ମଣିଷକୁ ଭୂଲ୍ ଶୂଳ ଭଳି ଲାଗି ନାହିଁ
ଠିଆ ହୋଇଛି ଏଇଥି ପାଇଁ ଭୂଲ ତୁମେ ସୁଧାରିବ

ଏଇଥି ପାଇଁ ଠିଆ ହୋଇଛି ତୁମେ ମୋତେ ଡାକିନେବ
ଡାକି ନେଇ ତୁମେ ଆଦର କରିବ, ଆଦର ଦେଇ ସୁଧାରି ନେବ ।

ଆଧାର

edit
  1. https://web.archive.org/web/20120814225218/http://manaskriti.com/kaavyaalaya/mpukarlo1.stm