Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ଦିନ ବିତିଲା ରାତି ବି ଗଲା

ହରିବଂଶ ରାଏ ବଚ୍ଚନ > କବିତା: ଦିନ ବିତିଲା ରାତି ବି ଗଲା

ଦିନ ବିତିଲା ରାତି ବି ଗଲା [1] edit

ସୂର୍ଯ୍ୟ ଢଳି ଢଳି ପଶ୍ଚିମ ଗଲା
ବୁଡିଲା, ସନ୍ଧ୍ୟା ଛାଇ ଆସିଲା
ଶହେ ସଂନ୍ଧ୍ୟା ଭଳି ସେ ସଂଧ୍ୟା ଥିଲା
ଉଠୁ ଉଠୁ କିଆଁ ମନେ ଆସିଲା
ଦିନରେ ଘଟିବ କିଛି ତ ନୂଆ
ଦିନ ବିତିଲା ରାତି ବି ଗଲା ।

ଫିକା ଫିକା କେତେ ତାରା ଉଠିଲେ
ଧୀରେ ଧୀରେ ନଭେ ବିଛେଇ ଗଲେ
ଶହେ ରାତି ଭଳି ସେ ରାତି ଥିଲା
ସଂଧ୍ୟାରେ କାହିଁକି ଭାବନା ହେଲା
ରାତିରେ ଘଟିବ କିଛି ତ ନୂଆ
ଦିନ ବିତିଲା ରାତି ବି ଗଲା ।

ପକ୍ଷୀ ରାବିଲା, କଳି ବାସିଲା
ପୂର୍ବ ଦିଗରୁ ସୂର୍ଯ୍ୟ ଆସିଲା
ଯେମିତି ହୁଏ, ସକାଳ ହେଲା
ଶୋଉ ଶୋଉ କିଆଁ ଭାବନା ହେଲା
ପ୍ରାତଃରେ ଘଟିବ କିଛି ତ ନୂଆ
ଦିନ ବିତିଲା ରାତି ବି ଗଲା ।

ଆଧାର edit

  1. https://web.archive.org/web/20121013235947/http://www.lalitkumar.in/hrb/hi/poem_lo_din_beeta.htm