Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: କାହା ହାତରେ ଏହି ବୀଣାଟି

ହରିବଂଶ ରାଏ ବଚ୍ଚନ > କବିତା: କାହା ହାତରେ ଏହି ବୀଣାଟି

କାହା ହାତରେ ଏହି ବୀଣାଟି ଧରେଇ ଦେବି [1] edit

ଦେବତା ଯାହାକୁ କଲେ ତିଆରି
ଦେବତା ଯାହାକୁ ଥିଲେ ସଜେଇ
ମାନବ ହାତରେ ଆଜି ତାକୁ ମୁଁ କେମିତି ସମର୍ପି ଦେବି
କାହା ହାତରେ ଏହି ବୀଣାଟି ଧରେଇ ଦେବି

ସ୍ଵର୍ଗରେ ସୁଖ ଦେବା ଶିଖିଲା
ସ୍ଵର୍ଗୀୟ ତାନ ଶୁଣା ଶିଖିଲା
ଧରିତ୍ରୀକୁ ଖୁସି କରିବା ସ୍ଵର କେମିତି ଏଥିରେ ମୁଁ ଭରି ଦେବି
କାହା ହାତରେ ଏହି ବୀଣାଟି ଧରେଇ ଦେବି

ଅଭିଳାଶ ବାକି ଥିବ ମନରେ
ଝଂକୃତ ହେବ ଏ ଜୀବନରେ
କାହିଁକି ହୃଦୟ ନିର୍ମମ ହୋଇ କହୁନି ଅଙ୍ଗାର ମୁଁ ଭରି ଦେବି
କାହା ହାତରେ ଏହି ବୀଣାଟି ଧରେଇ ଦେବି

ଆଧାର edit

  1. http://hindipoetry.wordpress.com/category/harivansh-rai-bachchan/