Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: କହନ୍ତି ତାରା ଗୀତ ଗାଆନ୍ତି

ହରିବଂଶ ରାଏ ବଚ୍ଚନ > କବିତା: କହନ୍ତି ତାରା ଗୀତ ଗାଆନ୍ତି

କହନ୍ତି ତାରା ଗୀତ ଗାଆନ୍ତି [1] edit

କହନ୍ତି, ତାରା ଗୀତ ଗାଆନ୍ତି !!

ନୀରବତା ଯେବେ ପୃଥ୍ଵୀରେ ଛାଏ,
ଆକାଶେ ମୋ କାନ ମୁଁ ଡେରି ଦିଏ,
ଅସଂଖ୍ୟ କଣ୍ଠର ସେହି ରାଗିଣୀ ତଥାପି ଶୁଣା ନ ଯାଆନ୍ତି,
କହନ୍ତି ତାରା ଗୀତ ଗାଆନ୍ତି ।

ଏହି ରାଗିଣି ସ୍ଵର୍ଗ ହିଁ ଶୁଣେ,
ଧରିତ୍ରୀ କେବଳ ଏହା ହିଁ ଜାଣେ,
ଅସଂଖ୍ୟ ତାରା ଶିଶିର କଣାରେ ନିରବ ଲୁହ ଢାଳନ୍ତି ।
କହନ୍ତି ତାରା ଗୀତ ଗାଆନ୍ତି ।

ଉପରେ ଦେବ, ତଳେ ମାନବ,
ଆକାଶେ ଗାନ ଆଉ ରୋଦନ,
ଉର୍ଦ୍ଧକୁ ଗାନ, ତଳକୁ ଲୁହ, ସର୍ବଦା ଝରି ଆସନ୍ତି,
କହନ୍ତି ତାରା ଗୀତ ଗାଆନ୍ତି ।

ଆଧାର edit

  1. https://web.archive.org/web/20200510134022/http://www.geeta-kavita.com/indian_poetry_list.asp?author=Harivansh_Rai_Bachchan