ମିଶ୍ରି ମିଳାଏ ଜଳ ମଧ୍ୟରେ, ଶୁଣ ମୋ ସାଥୀ ସଙ୍ଗାତ,
ଯେଉଁ ଶରୀର ତୁମେ ଢାଙ୍କିଛ, ଯିବ ଦିନେ ସେହି ପଥ ।
କେଉଁ ସ୍ଥାନରୁ ଆସିଛ ତୁମେ? କେଉଁ ସ୍ଥାନକୁ ଯିବ?
କାହିଁକି ବଞ୍ଚି ରହିଛି? କରୁ ମଲା ବେଳେ ପଶ୍ଚାତ୍ତାପ ।
ମୁଷ୍ଠି ତୁମର ମୁଦ୍ରିତ ଥିଲା, ତୁମେ ଜନ୍ମ ହେଲାବେଳେ,
ମୁଷ୍ଠି ତୁମର ଖୋଲା ରହିବ ତୁମର ମରଣ କାଳେ ।
କିଏ ତୁମର ପତ୍ନୀ ଅଥବା କିଏ ସେ ତୁମର ପତି,
ଅସ୍ଥିର ମନେ କେଉଁ ସ୍ଥାନରେ ଦେଲ ଏହି ସନମତି ।
ଏହି ଶରୀର ଲକ୍ଷ ହଜିଛି, ଯଥାସଧ୍ୟ୍ୟ ଚେଷ୍ଟା କର,
ଏବେ ବି ଦିନ ଅଛି ତୁମର ବିରହାଗ୍ନି ଶାନ୍ତ କର ।
ବଞ୍ଚିବ ଦୁଇ ଦିନ ଭାବିଛ, ଅଥବା ଦିନେ ସହର୍ଷ,
ବଞ୍ଚି ପାରିବ ପଚାଶ ବର୍ଷ, ଅବା ବିଶାଶହେ ବର୍ଷ ।
ସଂସାରେ ପ୍ରତି ପଦରେ ମୃତ୍ୟୁ ପଥ କମି କମି ଯାଏ,
କବୀର କହେ, ପ୍ରିୟ ମୋହର, ବୋକା ଯିଏ ଠକି ହୁଏ ।
ଆଧାର
edit- ↑ www.urbanmysticbooks.com/Kabir_Excerpts.pdf