ସାଥୀ ସେ ଅତି ନିଆରା ଘର,
ଯେଉଁଠି ଥାଆନ୍ତି ପ୍ରିୟ ମୋହର ।
ଯେଉଁଠି ନାହିଁ ସୁଖ ଓ ଦୁଃଖ,
ନାହିଁ ସତ୍ୟ ବା ମିଥ୍ୟା ଆଚାର,
ପସରା ନାହିଁ ପାପ ପୂଣ୍ୟର,
ନା ଦିବା ରାତ୍ରୀ ନା ସୂର୍ଯ୍ୟ ଚନ୍ଦ୍ର,
ସଦା ଉଜ୍ଜ୍ଵଳ ବିନା ଜ୍ୟୋତିର ।
ନାହିଁ ସେଠାରେ ଜ୍ଞାନ ବା ଧ୍ୟାନ,
ଜପ ବା ତପ ଅବିଦ୍ୟମାନ,
ବେଦ ପୁସ୍ତକ ନା ପ୍ରବଚନ,
କର୍ମ, ଅକର୍ମ, ତ୍ୟାଗ, ଗ୍ରହଣ,
ନାହିଁ ଏ ସବୁ ନିମନ୍ତେ ସ୍ଥାନ ।
ଘର, ବେଘର, ବହିଃ,ଭିତର,
ପିଣ୍ଡ, ବ୍ରହ୍ମାଣ୍ଡ କିଛି ବି ନାହିଁ,
ପଞ୍ଚ ତତ୍ତ୍ଵ ଓ ତ୍ରିଗୁଣ ନାହିଁ,
ଶବ୍ଦ କୌଣସି ସେଠାରେ ନାହିଁ ।
ମୂଳ ନା ଫୁଲ, ଶାଖା ନା ବୀଜ,
ବିନା ବୃକ୍ଷରେ ଫଳ ସହଜ,
ଅର୍ଦ୍ଧ, ଉର୍ଦ୍ଧ୍ୱ, ଓଁ, ସ୍ଵାହା ବି ନାହିଁ,
ଶ୍ଵାସ ପ୍ରଶ୍ଵାସ କିଛି ବି ନାହିଁ ।
ପ୍ରଭୁଙ୍କ ଘରେ କିଛି ବି ନାହିଁ,
କହେ କବୀର ଜାଣିଛି ମୁହିଁ,
ପ୍ରଭୁଙ୍କୁ ଲକ୍ଷ୍ୟ କରେ ଯେ କେହି,
ନିର୍ବାଣ ନିଶ୍ଚେ ପାଇବ ସେହି ।
ଆଧାର
edit- ↑ www.poemhunter.com/poem/abode-of-the-beloved/