(avadhû, mâyâ tajî na jây)
କେମିତି ତ୍ୟାଗ କରିବି ମାୟା, କହିଦିଅ ମୋତେ ବନ୍ଧୁ,
ରିବନ ବନ୍ଧା ତ୍ୟାଗ ପରେ ବି ନିଜର ପୋଷାକ ବାନ୍ଧୁ ।
ପୋଷାକ ନ ବାନ୍ଧିଲେ ବି ତାର ଭାଙ୍ଗରେ ଘୋଡାଏ ଦେହ,
କ୍ରୋଧ ଗୁଣଟି ରହି ଯାଉଛି ତ୍ୟାଗ କଲା ପରେ ମୋହ ।
କ୍ରୋଧକୁ ତ୍ୟାଗ କଲା ପରେ ବି ରହୁଛି ଭିତରେ ଲୋଭ,
ଲୋଭକୁ ପରାଜିତ କଲେ ବି ରହୁ ଅଛି ବୃଥା ଗର୍ବ ।
ନିର୍ଲିପ୍ତ ମନୁ ମାୟା ଗଲେବି ଜାବୁଡି ଧରେ ଅକ୍ଷର,
ସତ୍ ପଥଟି କ୍ଵଚିତ୍ ମିଳେ, ସାଧୁଙ୍କୁ କହେ କବୀର ।