Wq/or/କବିତା/ସନ୍ଥ କବୀର/୨୪:ପ୍ରେମ ନିମନ୍ତେ ଅନନ୍ତ କାଳ

< Wq | or

ପ୍ରେମ ନିମନ୍ତେ ଅନନ୍ତ କାଳ [1]

edit

ପ୍ରେମ ନିମନ୍ତେ ଅନନ୍ତ କାଳ,
ବଞ୍ଚିବାକୁ ମୁଁ ହୁଏ ବିକଳ ।

ଅନ୍ୟ ସମସ୍ତ କରି ମୁଁ ଦୂର,
ପୋଷିଛି ଏ ଆଶା ହୃଦ ଭିତର ।

ପଦ୍ମ ଯେପରି ରହି ଜଳରେ,
ପୁଷ୍ପିତ ହୁଏ ଅପରୁପରେ ।

ତଥାପି ଜଳ ପଦ୍ମକୁ ସ୍ପର୍ଶ,
କରି ନ ପାରି ହୁଏ ବିମର୍ଷ ।

ପତ୍ନି ଯେପରି ଅଗ୍ନିରେ ଝାସ,
ଦିଏ କେବଳ ପ୍ରେମ ସକାଶ ।

ଜଳି ଯାଏ ସେ ପ୍ରେମ ନିମନ୍ତେ,
ଦୁଃଖ କଲେ ବି ଅନ୍ୟ ସମସ୍ତେ ।

ପାର କରିବା ଭବ ସାଗର,
ଗଭୀର ଜଳ ଅତି ଦୁଷ୍କର ।

କବୀର କହେ ଶୁଣ ହେ ସନ୍ଥ,
ଅଳ୍ପ ଲଙ୍ଘନ୍ତି ଅନନ୍ତ ପଥ ।

ଆଧାର

edit
  1. http://en.wikisource.org/wiki/One_Hundred_Poems_by_Kabir