(ghar ghar dîpak barai)
ପ୍ରତି ଗୃହରେ ଜଳୁଛି ବତୀ,
ଯେଣୁ ଅନ୍ଧ, ନ ଦେଖୁ ସଂପ୍ରତି ।
ଯେଉଁ ଦିନ ତୋ ଚକ୍ଷୁ ଖୋଲିବ,
ମୃତ୍ୟୁ ଶୃଙ୍ଖଳ ଉନ୍ମୁକ୍ତ ହେବ ।
କହା ଶୁଣାକୁ କିଛି ନାହିଁ ତ,
କରିବାକୁ କାମ କିଛି ନାହିଁ ତ ।
ସେହି କେବଳ ଜୀବନ୍ ମୃତ,
ଆଉ କେବେ ସେ ହେବେନି ମୃତ ।
ରହନ୍ତି ଯେଣୁ ସେ ନିରୋଳାରେ,
ଯୋଗୀ କହନ୍ତି ଘର ସୁଦୂରେ ।
ତୁମର ପ୍ରଭୁ ତୁମ ପାଖରେ,
ପାଇବାକୁ ଚଢୁ ତାଳ ବୃକ୍ଷରେ ।
ବ୍ରାହ୍ମଣ ଘର ଘରକୁ ଯାଇ,
ବିଶ୍ଵାସ ଲୋକ ମନେ ଜଗାଇ ।
ତୋ ପାଖେ ସତ୍ୟ ପ୍ରାଣ- ଝରଣା,
ପଥର ପୂଜାରେ ହେଉ ତୁ ବଣା ।
ଯୋଗ ଓ ମାଳି, ପାପ ଓ ପୂଣ୍ୟ,
ତାଙ୍କ ପାଖରେ ଏ ସବୁ ଶୁନ୍ୟ ।
କବୀର କହେ, କେତେ ସୁମିଷ୍ଟ,
ପ୍ରଭୁ ମୋହର କହିବା କଷ୍ଟ ।