Wb/or/ଘରୋଇ ଚିକିତ୍ସା

< Wb‎ | or
Wb > or > ଘରୋଇ ଚିକିତ୍ସା

୧) ସର୍ଦ୍ଦି edit

  • ଦୁଇ ତୋଳା ହରିଡା ଚୁର୍ଣ୍ଣକୁ ମହୁ ସାଙ୍ଗେ ଖାଇଲେ ସର୍ଦ୍ଦି ଭଲ ହୁଏ।
  • ସୋରିଷ ତେଲ ଓ ରସୁଣ କୁ ଫୁଟାଇ ତଳି ପାଦରେ ମାଲିସ କଲେ ସର୍ଦ୍ଦି ଦୂର ହୁଏ ଓ ବ୍ୟଥା କମିଯାଏ।
  • ତୁଳସୀ ପତ୍ରର ରସ ସହିତ ମହୁ ମିଶାଇ ପିଇଲେ ସର୍ଦ୍ଦି ଏକବାର କମିଯାଏ।
  • ସୋରିଷ ତେଲ ନାକ ଉପରେ, ତଳି ପାଦରେ ଲଗାଇଲେ ପିଲାଙ୍କ ସର୍ଦ୍ଦି ଭଲ ହୁଏ।

୨)କଫ edit

  • ପିଲାଙ୍କ ଛାତିରେ କଫ ଜମି ରହି ନିଶ୍ୱାସ ନେବାରେ କଷ୍ଟ ହେଲେ:-

ଗୋଟିଏ ପାନପତ୍ର ଉପରେ ଉଷୁମ ଘିଅ ମାଲିସ କରି ରାତିରେ ଶୋଇବା ସମୟରେ ଛାତି ଉପରେ ପଟି ଭଳି ଲଗାଇଲେ ସୁଫଳ ମିଳିଥାଏ।[1]

  • ଅଦା ରସକୁ ମହୁ ସାଙ୍ଗେ ମିଶାଇ ପିଆଇଲେ ପିଲାଙ୍କର କଫ ଓ କାଶ ଆଦି ରୋଗ ଭଲ ହେଇଯାଏ।
  • ବଇଞ୍ଚି କୋଳି ଗଛର ଚେର ଅଧତୋଳାରେ ୨୭ଟି ଗୋଲମରିଚ ସହ ବାଟି ଖାଇବା କିମ୍ବା ଜୟନ୍ତୀ ପତ୍ରକୁ ଶାଗ କରି ଖାଇଲେ ସୁଫଳ ମିଳିଥାଏ।
  • ବାସଙ୍ଗ ଗଛର ରସ ସହିତ ମହୁ ମିଶାଇ ପିଇଲେ କଫ ରୋଗ ଭଲହୁଏ।

୩) କାଶ edit

  • ବାସଙ୍ଗ ପତ୍ର ରସ ଏକ ତୋଳା ଓ ସାମାନ୍ୟ ମହୁ ମିଶାଇ ଖାଇବେ କିମ୍ବା ତୁଳସୀ ପତ୍ର ରସ, ଅଦା ଓ ମହୁ ମିଶାଇ ଖାଇଲେ କାଶ ଭଲ ହୁଏ।
  • ଅଙ୍କରାନ୍ତି କ୍ୱାଥରେ ଚାରିଅଣା ପରିମାଣ ପିପ୍ପଳୀ ଚୂର୍ଣ୍ଣ ମିଶାଇ ଖାଇଲେ ନାନା ପ୍ରକାର କାଶ ଭଲ ହୁଏ।
  • ବାସଙ୍ଗ ପତ୍ର ରସ ୧ଭରି ପିପ୍ପଳୀ ଚୂର୍ଣ୍ଣ ମିଶାଇ ଖାଇଲେ କାଶ ଭଲ ହୁଏ।
  • ପାଟିରେ କିଛି ତୁଳସୀ ପତ୍ର ବା ଗୋଲମରିଚ ରଖିଲେ କାଶ ଭଲ ହୁଏ।

୪)କଫ ଓ ଶ୍ୱାସ edit

  • କଫ ଓ ଶ୍ୱାସ ରୋଗର ଉପଶମ ପାଇଁ ବାସଙ୍ଗ ପତ୍ର ରସ ମହୁ ବା ଅଦାରସ ସେବନ କଲେ ରୋଗ ଆରୋଗ୍ୟ ହୁଏ।

୫)ଶ୍ୱାସ ଓ କାଶ edit

  • ଶ୍ଵେତ ପୁରୁଣି ମୂଳ ଦୁଇ ତୋଳା ଓ ଆଠଟି ଗୋଲମରିଚ, ଏକତ୍ର ବାଟି ଖାଇଲେ ରୋଗ ଭଲ ହୋଇଥାଏ।
  • ବେଗୁନିଆ ଗଛ ମୂଳର ଛେଲି, ଦୁଇଗଣ୍ଡା ଅରୁଆ ଚାଉଳରେ ବାଟି ଖାଇଲେ ରୋଗ ଭଲ ହୋଇଥାଏ।
  • ଶୁଣ୍ଠି ଓ ପିପ୍ପଳୀ ଚୂର୍ଣ୍ଣ ପ୍ରତ୍ୟକରୁ ୩ ଗ୍ରାମ ଚୂର୍ଣ୍ଣକୁ ବାସଙ୍ଗ ପତ୍ର ରସ ରସ ମିଶାଇ ଛ୧ ଚାମୁଚ ମହୁ ସହିତ ଦିନକୁ ୩ଥର ଲେଖାଏଁ ୧ ମାସ ଖାଇଲେ ପୁରୁଣା ଶ୍ୱାସ ଓ କାଶ ଭଲହୁଏ।
  • ଶ୍ୱାସ ରୋଗୀ ମାନଙ୍କ ପାଇଁ ବାସଙ୍ଗ ପତ୍ର ରସ, ମହୁ ସହିତ ଖାଇଲେ ଖୁବ୍ ଉପକାର ହୋଇଥାଏ।
  • ପିପ୍ପଳୀ ଚୂର୍ଣ୍ଣ ୧ଚାମୁଚ ଓ ମହୁ ୨ଚାମୁଚ ମିଶାଇ ଦିନକୁ ୨ଥର ଖାଇଲେ ରୋଗ ଭଲ ହୋଇଥାଏ।
  • ପୁରୁଣା ଗୁଆ ଘିଅ ୨ଚାମୁଚ ସହିତ ଅଳ୍ପ ଲୁଣ ମିଶାଇ ଛାତିରେ ଘଷିଲେ ରୋଗ ଭଲ ହୋଇଥାଏ।

୬)ଥଣ୍ଡା ଓ କାଶ edit

  • ପ୍ରତିଦିନ ଚା'ରେ ୨କିମ୍ବା ୩ ଟି ତୁଳସୀ ପତ୍ର ପକାଇ ପିଇଲେ ଥଣ୍ଡା ଓ କାଶ ଶରୀରରେ ରହିବ ନାହିଁ।

୭)ଥଣ୍ଡା ଯୋଗୁଁ କାଶ, ଜ୍ଵର ଓ ଦେହ ହାତ ଘୋଳା ବିନ୍ଧା ହେଲେ edit

  • ଅଳ୍ପ ଶୁଣ୍ଠି ଓ ଅଳ୍ପ ସୈଦ୍ଧବ ଲୁଣ ଦୁଇ ଗ୍ଲାସ ଜଳରେ ସିଝାଇ ଅଧ ଗ୍ଲାସ ରହିଲେ ସେଥିରେ ୨୫ ଗ୍ରାମ ମିଶ୍ରି ମିଶାଇ ପାନ କଲେ ଉପକାର ମିଳିଥାଏ।

୮)ଶ୍ୱାସ, କାଶ ଓ କ୍ଷୁଧା ନିବାରଣ edit

  • ଶ୍ୱାସ, କାଶ ଓ କ୍ଷୁଧା ନିବାରଣ ପାଇଁ ଡାଲଚିନିକୁ ବ୍ୟବହାର କରାଯାଏ।

୯)ଜ୍ଵର edit

  • ଫାଳେ ଲେମ୍ବୁରସ ସହିତ ବଡ଼ ଚାମୁଚରେ ଏକ ଚାମୁଚ ମହୁ ମିଶାଇ ଅଳ୍ପ ଉଷୁମ ପାଣି ସହିତ ଖାଇଲେ ଜ୍ଵର ଭଲ ହୁଏ।
  • ତେନ୍ତୁଳି ପତ୍ର ରସ ଜ୍ଵର ସମୟରେ ରୋଗୀକୁ ଏକ ଚାମୁଚ ପିଆଇଲେ ଜ୍ଵର ଭଲ ହୁଏ।
  • ପୋଟଳ ପତ୍ର, ହରିଡା, ଚିତେଇବା, ବାସଙ୍ଗ ପତ୍ର ଓ ଗୁଳଚି, ଏମାନଙ୍କର କ୍ୱାଥ ସେବନ କଲେ କଫ ଜନିତ ଜ୍ଵର ଭଲ ହୁଏ।
  • ରସ ସିନ୍ଦୁର, ରସ କର୍ପୁର, ଶୋଧିତ ମହୁରା, ପିପ୍ପଳା, ସମଭାଗ ଅଦାରସ ଏବଂ ଲେମ୍ବୁରସ ରେ ମର୍ଦ୍ଦନ କରି ସୋରିଷ ପରି ବଟିକା କରିବ।ଦିନକୁ ଦୁଇପାନ ମହୁ କିମ୍ବା ତୁଳସୀ ରସରେ ଖାଇଲେ ସମସ୍ତ ଜ୍ଵର ଭଲ ହେବ।
  • ଗଙ୍ଗଶିଉଳି ଛାଲି କିମ୍ବା ପତ୍ରକୁ ସିଝାଇ ତା'ର ରସକୁ ମହୁ କିମ୍ବା ଦୁଧରେ ମିଶାଇ କିଛି ଦିନ ଖାଇଲେ ମ୍ୟାଲେରିଆ ଜ୍ଵର ଭଲ ହୋଇଥାଏ।
  • ଋତୁ ବଦଳିବା ସଙ୍ଗେ ସଙ୍ଗେ ଜ୍ଵର ହେଲେ ଅଧଚାମୁଚ ମହୁକୁ ଉଷୁମ ପାଣିରେ ପକାନ୍ତୁ ଓ ୪/୫ ବୁନ୍ଦା ଲେମ୍ବୁରସ ସହିତ ପିଅନ୍ତୁ।୨/୪ଦିନ ମଧ୍ୟରେ ଉପକାର ପାଇବେ।

୧୦)କଫ ସଂଯୁକ୍ତ ଜ୍ଵର ନିବାରଣ edit

  • ଦଶମୂଳ ସିଝା ପାଣିରେ ମହୁ ଅଳ୍ପ ଦେଇ ସେବନ କଲେ ରୋଗ ଆରୋଗ୍ୟ ହୋଇଥାଏ।
  • ବାସଙ୍ଗ ପତ୍ର ରସ ୨ଚାମୁଚ,କଳା ତୁଳସୀ ପତ୍ର ରସ ୨ ଚାମୁଚ ଓ ମହୁ ୪ ଚାମୁଚ ମିଶାଇ ସକାଳେ ଓ ସଂଧ୍ୟାରେ ଦୁଇଥର ଖାଇଲେ ସୁଫଳ ମିଳିଥାଏ।

୧୧)ସର୍ବ ପ୍ରକାର ଜ୍ଵର ନିବାରଣ edit

  • ଚିତେଇବା, ଗୁଳୁଚି, ପିପ୍ପଳୀ,ଗିଲଶଶ୍, ଅତୁଶି ଓ ଭୂଇଁ ନିମ୍ବ ପ୍ରତ୍ୟକ ସମାନ ଭାଗରେ ନେଇ ଚୂର୍ଣ୍ଣ କରି ଏହି ଚୂର୍ଣ୍ଣରୁ ଚାରି ଅଣା ଓଜନରେ ସେବନ କଲେ ସର୍ବ ପ୍ରକାର ରୋଗ ଭଲ ହୋଇଥାଏ।

୧୨)ପାଳିଜ୍ୱର edit

  • ଶନିବାର ଦିନ ବିଛୁଆତି ଚେରକୁ ଆଣି କଳା ସୂତାରେ ରୋଗୀର ଡ଼ାହାଣ ହାତରେ ବାନ୍ଧିଲେ ପାଳିଜ୍ୱର ଓ ରାତିଜ୍ୱର ଭଲ ହୁଏ।

୧୩)ପୁରାତନ ଜ୍ଵର ନିବାରଣ edit

  • କ୍ଷତ ପାମ୍ପଡ଼ା, ସିଂହାରହାର ପତ୍ରରସ ଦୁଇତୋଳା ମହୁ ସହିତ ସେବନ କଲେ ପୁରାତନ ଜ୍ଵର ଓ ପିତ୍ତଜ୍ୱର ମଧ୍ୟ ଭଲ ହୁଏ।

୧୪)ଜଣ୍ଡିସ ବା କାମଳ ରୋଗ edit

  • ଦୁଇଟି ହରିଡା ଚୋପା ଛଡାଇ ତାକୁ ଗୋ-ମୁତ୍ରରେ ବାଟି ଦିନକୁ ୧ ପାନ କରି ୭ ଦିନରେ ୭ ପାନ ଖାଇଲେ ଜଣ୍ଡିସ ବା କାମଳ ରୋଗ ଭଲ ହୁଏ।
  • ଗୋଟିଏ ପାଚିଲା କଦଳୀ ସହିତ ୧ ଚାମୁଚ ମହୁ ମିଶାଇ ଦିନକୁ ୧ ପାନ କରି ୭ ଦିନ ଖାଇଲେ ରୋଗ ଭଲ ହୁଏ।
  • ଵଣ ଗଞ୍ଜାଇ ଗଛ ପତ୍ରର ରସକୁ ବଡ଼ ଲୋକଙ୍କୁ ୨ ତୋଳା ଓ ସାନ ପିଲାଙ୍କୁ ୧ ତୋଳା କରି ଦେଲେ ରୋଗ ଭଲ ହୁଏ।
  • ଅନନ୍ତ କ୍ୱାଥରେ ୮/୧୦ ରାତି ନିଶାଦଳ ମିଶାଇ ପାନ କଲେ ପାଣ୍ଡୁ ବା କାମଳ ରୋଗ ଭଲ ହୁଏ।
  • ଏକ ଗ୍ଲାସ ବିଲାତି ବାଇଗଣ ରସରେ ଅଳ୍ପ ଲୁଣ ଓ ପିପ୍ପଳୀ ଗୁଣ୍ଡ ପକାଇ ଏକ ମାସ ପିଇଲେ ରୋଗ ଭଲ ହୋଇଥାଏ।
  • ନିୟମିତ ମୂଳାରସରେ ଚିନି ପକାଇ ଏକ ମାସ ପାନ କଲେ ରୋଗ ଭଲ ହୁଏ।
  • ୭ ଟି ବେଲପତ୍ର ସହିତ ୪ଟି ଗୋଲମରିଚ ସକାଳେ ଖାଳିପେଟରେ ବାଟି ୨୧ ଦିନ ସେବନ କଲେ ରୋଗ ଆରୋଗ୍ୟ ହୁଏ।

୧୫)ମୁଣ୍ଡ ବିନ୍ଧା edit

  • ଗରମ ଜଳ ବାୟୁରେ ମୁଣ୍ଡ ବିନ୍ଧିଲେ ଲାଉର ଏକ ଛୋଟ ଖଣ୍ଡ ମୁଣ୍ଡରେ ଘଷିଲେ ମୁଣ୍ଡ ବିନ୍ଧା ଭଲ ହୁଏ।
  • ଶୀତ ଦିନେ ଗରମ ପାଣିରେ ମୁଣ୍ଡ ଧୋଇଲେ ମୁଣ୍ଡ ବ୍ୟଥାରୁ ଆରାମ ମିଳିଥାଏ।
  • ପ୍ରତିଦିନ ସକାଳେ ବସି ମୁହଁରେ ଗୋଟିଏ କିମ୍ବା ଦୁଇଟି ସେଓ କାଟି କିଛି ଲୁଣ ମିଶାଇ ଖାଇଲେ ମୁଣ୍ଡ ବିନ୍ଧା ଭଲ ହୁଏ।
  • ଅଦାରସ ସହିତ ଡାଲଚିନି କୁ ଘୋରି ମୁଣ୍ଡରେ ମାଲିସ କଲେ ସୁଫଳ ମିଳିଥାଏ।
  • ଅପାମାରଙ୍ଗ ମଞ୍ଜି, ସଜନା ମଞ୍ଜି ସମ ଭାଗ ଓ ବଚଚୂର୍ଣ୍ଣ ଅଧ ଭାଗ ଏକତ୍ର କରି ଅରଖ କ୍ଷୀରରେ ୩ଥର ଭାବନା ଦେଇ ଚୂର୍ଣ୍ଣ କରି ଶିଶିରେ ରଖିବେ।ଏହାର ନସ୍ୟ ହେଲେ ମୁଣ୍ଡ ବ୍ୟଥା,ଅଧା କପାଳି ଓ ମୁଣ୍ଡ ଭାରି ଭାରି ରୋଗ୍ୟ ଆରୋଗ୍ୟ ହୋଇଥାଏ।
  • ଅଁଳାକୁ କ୍ୱାଥ କରି କନ୍ଦ ମିଶାଇ ପିଇଲେ ମୁଣ୍ଡ ବ୍ୟଥା ଦୂର ହୋଇଥାଏ।
  • ୧୦ ଗ୍ରାମ ଗୋଲାପ ପତ୍ର ସହିତ ଏକ ଚାମୁଚ ମିଶ୍ରି ଗୁଣ୍ଡ ଓ ୨ଟି ଗୁଜୁରାତି ବାଟି ସକାଳେ ଓ ସଂଧ୍ୟାରେ ଖାଇଲେ ପୁରୁଣା ମୁଣ୍ଡ ବିନ୍ଧା ମଧ୍ୟ ଭଲ ହୋଇଥାଏ।

୧୬)ପେଟ ଫମ୍ପା edit

  • କଦମ ପତ୍ର ରସ ଏକ ତୋଳା ଖାଇଲେ ପେଟ ଫମ୍ପା ଭଲ ହୋଇଥାଏ।
  • ପ୍ରତିଦିନ କିଛି ବେଲପତ୍ର ସହିତ ଗୋଲମରିଚ ମିଶାଇ ସେବନ କଲେ ହଜମ ଶକ୍ତି ବୃଦ୍ଧି ସହିତ, ପେଟ ରୋଗ ଭଲ ହୁଏ।
  • ଶୁଣ୍ଠି, ପାନମଧୁରୀ, ପୋଦିନା ପତ୍ର ଓ ଜୁଆଣୀ ସମାନ ସମାନ ଦେଇ ଏକ ପାଆ ପାଣିରେ ସିଝାଇ ଦିନ ମଧ୍ୟରେ ୨/୩ ଥର ସେବନ କଲେ ରୋଗ ଆରୋଗ୍ୟ ହୋଇଥାଏ।
  • କଳାଜିରା, ଜିରା, ଶୁଣ୍ଠି, ପାନ ମଧୁରୀ, ଜୁଆଣୀ ଓ ହେଙ୍ଗୁ ଏକତ୍ର ଚୂର୍ଣ୍ଣକରି ମସା ମାତ୍ରାରେ ଗରମ ଜଳ ଅନୁମାନରେ ଖାଇଲେ ପେଟ ଫମ୍ପା ଭଲ ହୁଏ।

୧୭)ଅଜୀର୍ଣ୍ଣ edit

  • ସୈନ୍ଧବ ଲବଣ, ଗୋଲମରିଚ ଓ ଭଜା ଜିରା ସମ ଭାଗରେ ଏକତ୍ର ଚୂର୍ଣ୍ଣ କରି ଦୁଇ ଅଣା ମାତ୍ରାରେ ଘୋଳ ଦହି ସହିତ ଖାଇବେ କିମ୍ବା ଖାଦ୍ୟ ଖାଇ ସାରିବା ପରେ ଏହାକୁ ଉଷୁମ ପାଣିରେ ୨ଗ୍ରାମ ଲେଖାଏଁ ଖାଇଲେ ହଜମ ଭଲ ହେବା ସହିତ ପେଟ ଗୋଳମାଳ ଭଲ ହୋଇଥାଏ।
  • ଉଷୁମ ପାଣିରେ ଲୁଣ ଓ ଲେମ୍ବୁରସ ମିଶାଇ ପିଇବେ।
  • ଗୋଲମରିଚ ସହିତ ସହିତ ଲୁଣ ଚୂର୍ଣ୍ଣକରି ଖାଇ ଗରମ ପାଣି ପିଇବେ।
  • ବିରି ପିଠା ଖାଇ ଅଜୀର୍ଣ୍ଣ ହେଲେ ପ୍ରତି ଅଧ ଘଣ୍ଟାରେ ଏକ ଗ୍ଲାସ ଥଣ୍ଡା ପାଣି ପିଇବେ।
  • ହରିଡା, ଶୁଣ୍ଠି, ପୁରୁଣା ଗୁଡ଼ ବା ସୈନ୍ଧବ ଲବଣ ସହିତ ନିୟମିତ ଖାଇଲେ ଅଜୀର୍ଣ୍ଣ ରୋଗ ଭଲ ହୁଏ।
  • କଞ୍ଚା ଅମୃତଭଣ୍ଡା ଲୁଣ ସହିତ ଚୋବାଇ ଖାଇଲେ ଯେତିକି ଓଜନରେ ଅମୃତଭଣ୍ଡା ତା'ର ୨ ଗୁଣ ଓଜନର ତୈଳାକ୍ତ ଖାଦ୍ୟ ହଜମ ହୋଇଥାଏ।

୧୮)ପେଟ କାଟି ହେବା edit

  • ଥାଳକୁଡ଼ି ଓ ଅଫିମ ଏକତ୍ର ମିଶାଇ ନାଭି ଚାରିପଟେ ଲେପ ଦେଲେ ପେଟ କାଟି ହେବା ରୋଗ ଭଲ ହୁଏ।

୧୯)ପେଟ ପରାସ୍ edit

  • ଜୁଆଣୀ ଓ ସୈନ୍ଧବ ଲୁଣ କୁ ଚୂର୍ଣ୍ଣକରି ଗରମ ପାଣିରେ ଖାଇଲେ ପେଟ ପରାସ୍ ଭଲ ହୁଏ।

୨୦)ପେଟ ରୋଗରୁ ମୁକ୍ତି edit

  • ଖାଇବା ପୂର୍ବରୁ ଅଳ୍ପ ହେଙ୍ଗୁ ଗରମ ପାଣି ସହିତ ଖାଇଲେ ଅଜୀର୍ଣ୍ଣ ଓ ପେଟ ଫମ୍ପା ରୋଗ ଭଲ ହୁଏ।
  • ପୋଦିନା ପତ୍ର ରସ ସହିତ କଳା ପିପ୍ପଳୀ ଚୂର୍ଣ୍ଣ ଅଳ୍ପ ମିଶାଇ ଖାଇଲେ ଅଜୀର୍ଣ୍ଣ ଦୂର ହୁଏ।ପୋଦିନା ପତ୍ରକୁ ବାଟି ରସରେ କଳା ଲୁଣ ମିଶାଇ ଦିନକୁ ୩/୪ ଥର ପିଇଲେ ପେଟ ଯନ୍ତ୍ରଣା ଭଲ ହୁଏ।
  • ଖାଇବା ପୂର୍ବରୁ ୧ ଗ୍ଲାସ ଗରମ ଜଳ ପାନ କଲେ ଅଜୀର୍ଣ୍ଣ ଦୂର ହୁଏ।
  • ଖାଦ୍ୟ ଖାଇବା ପରେ ଖଣ୍ଡେ ଅଦା ଚୋବାଇ ଖାଇଲେ ପେଟର ବାୟୁ, ଅଜୀର୍ଣ୍ଣ, ବାନ୍ତି ଓ ନାଳ ଝାଡା ଆଦି ଭଲ ହୋଇଥାଏ।
  • ପ୍ରତିଦିନ ପାନ ମଧୁରୀ ଚୋବାଇ ଖାଇଲେ ପେଟର ବାୟୁ ଦୋଷ ଭଲ ହୁଏ।
  • ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ଚା'ଭଳି ଧୀରେ ଧୀରେ ପିଇଲେ ଭଲ କାର୍ଯ୍ୟ କରିଥାଏ।ପ୍ରତ୍ୟକ ଢ଼ୋକ ଏକ ମିନିଟ୍ ପାଟିରେ ରଖି ତା'ପରେ ଗିଳିବା ଉଚିତ୍।
  • ଅଜୀର୍ଣ୍ଣ ଓ ଯକୃତ ରୋଗରେ ମେଥି ଶାଗ ଖାଇଲେ ରୋଗ ଭଲ ହୁଏ।
  • ଝାଡ଼ା ଯିବାପରେ ପେଟରେ ଯନ୍ତ୍ରଣା ହେଲେ ଗୋଟିଏ ଗ୍ଲାସ ଦହିରେ ଫାଳେ ଲେମ୍ବୁ ରସ ମିଶାଇ ଦିନକୁ ୩ଥର ଦୁଇଦିନ ପିଇଲେ ରୋଗ ଭଲ ହୁଏ।
  • ତିନି ଚାରୋଟି ରସୁଣ କୋଲାକୁ ରାଶିରେ ବାଟି ଖାଇଲେ ପେଟ ରୋଗ ଭଲ ହୁଏ।
  • ଡାଇରିଆ, ବାନ୍ତି ଓ ଅଜୀର୍ଣ୍ଣ ରୋଗରେ ତଟକା ଘୋଳ ଦହି ସହିତ ଦୁଇ ଚାମୁଚ ଧନିଆ ରସ ମିଶାଇ ଖାଇଲେ ରୋଗ ଭଲ ହୁଏ।
  • ୩୦ଗ୍ରାମ ପିଆଜ, ୭ଟି ଗୋଲମରିଚ ଅଧା ଚାମୁଚ ଚିନି ମିଶାଇ ବାଟି , ସେଇ ବଟାକୁ ଖାଇଲେ ତରଳ ଝାଡା ଓ ବାନ୍ତି ଭଲ ହୁଏ।
  • ପୁରାତନ ଝାଡା ଓ ପେଟ ଫମ୍ପା ରୋଗରେ ଏକ ଗ୍ଲାସ ଦହିରେ ୧ଚାମୁଚ ହଳଦୀ ଗୁଣ୍ଡ ମିଶାଇ ପିଇଲେ ଉପକାର ମିଳିଥାଏ।
  • ପିତ୍ତ ଦୋଷ, ଅଜୀର୍ଣ୍ଣ ବାନ୍ତି ଓ ଡାଇରିଆ ରୋଗରେ ଏକ ଗ୍ଲାସ ପାଣିରେ ଚାମୁଚେ ଜିରା ପକାଇ ଅଧ ଗ୍ଲାସ ପାଣି ରହିବା ପର୍ଯ୍ୟନ୍ତ ତାକୁ ଫୁଟାଇ ଥଣ୍ଡା କରି ଛାଣି ସେଥିରେ ଚାମୁଚେ ଧନିଆ ପତ୍ର ରସ ଓ ଟିକେ ଲୁଣ ମିଶାଇ ଦୁଇଥର ଖାଦ୍ୟ ଖାଇ ସାରିବା ପରେ ପିଇଲେ ରୋଗ ଭଲ ହୁଏ।
  • ପ୍ରାତଃ କାଳରେ ୧କପ ଲାଉରସ ପିଇବା ଦ୍ୱାରା ପେଟର ସମସ୍ତ ବିକାର ଦୂର ହୋଇଥାଏ ଓ ଭବିଷ୍ୟତରେ ମଧ୍ୟ ହୁଏ ନାହିଁ।

୨୧)ବାନ୍ତି edit

  • ହରିଡା ଚୂର୍ଣ୍ଣ ମହୁ ସହିତ ଚାଟି ଖାଇଲେ ବାନ୍ତି ଭଲ ହୁଏ।
  • ଲେମ୍ବୁ ଓ ମିଶ୍ରି ସରଵତ ପାନ କରିଲେ ବାନ୍ତି ଭଲ ହୁଏ।
  • ଅଳେଇଚକୁ ପୋଡ଼ି ଗୁଣ୍ଡ କରି ମହୁ ସହିତ ଚାଟି ଖାଇବେ।
  • ପାଟି ଭିତରେ ବରଫ ଖଣ୍ଡ ରଖିଲେ ବାନ୍ତି ବାନ୍ତି ଲାଗିବ ବା ବାନ୍ତି ଭଲ ହେବ।
  • ଏକ ଛଟାଙ୍କି ଚିନି ସରଵତରେ ୧୦/୧୨ ଟି କଷି ଆମ୍ବ ପତ୍ର ଚକଟି ଛାଣି ସେହି ସର୍ବତ ପିଇଲେ ବାନ୍ତି ଭଲ ହୁଏ।
  • ଚା'ରେ କିଛି ଜୁଆଣୀ ଫୁଟାଇ ପିଇଲେ ବାନ୍ତି ଭଲ ହୁଏ।
  • ବସ୍ ବା ଟ୍ରେନ୍ ଯାତ୍ରା ସମୟରେ ପାଦ ତଳେ ଅରଖ ପତ୍ର ରଖିଲେ ବାନ୍ତି ହୁଏ ନାହିଁ। ଲେମ୍ବୁକୁ ଶୁଙ୍ଘିଲେ ବାନ୍ତି ମଧ୍ୟ ହୁଏ ନାହିଁ।
  • ଅଶ୍ଵସ୍ତ ଛେଳିର ପାଉଁଶକୁ ଜଳରେ ଗୋଳାଇ ପିଇଲେ ଓକାର ବନ୍ଦ ହୁଏ।
  • ପିଜୁଳି ପତ୍ରର କ୍ୱାଥ ୧୦ଗ୍ରାମ ମାତ୍ରାରେ ପିଆଇବା ଦ୍ୱାରା ବାନ୍ତି ଭଲ ହୋଇଥାଏ।

୨୨)ନାଳରକ୍ତ ଝାଡା edit

  • ଆମ୍ବ ଗଛ ଛେଳିର ରସକୁ ପିଇଲେ ନାଳରକ୍ତ ଝାଡା ଭଲ ହୁଏ।
  • କଞ୍ଚା ବେଲକୁ ପୋଡ଼ି ସେହି ରସକୁ ଚିନି ସହିତ ମିଶାଇ ପିଇଲେ ଉପକାର ମିଳିଥାଏ।

୨୩)ପତଳା ଝାଡା edit

  • ଖାଲି ପାଣି ପିଇଲେ ପତଳା ଝାଡା ଭଲ ହୁଏ।
  • ପୋଡା ବେଲ ଖାଇଲେ ପତଳା ଝାଡା ଭଲ ହୁଏ।
  • ଏକ ଲିଟର ପାଣିରେ ୫୦ଗ୍ରାମ ଚିନି, ୫ଗ୍ରାମ ଲୁଣ ଓ ୨ଗ୍ରାମ ଖାଇବା ସୋଡ଼ା ମିଶାଇ ଚୁଳ୍ଲି ରେ ଅଧ ଘଣ୍ଟା ଫୁଟାଇ ଛାଣି ରଖିବେ।ଏହା ଶୀତଳ ହେଲେ ସେଥିରେ ଲେମ୍ବୁରସ ମିଶାଇ ରୋଗୀକୁ ପିଇବାକୁ ଦେବେ।
  • ଜାଇଫଳ, ଜିରା ଓ ବେଲ ଶୁଣ୍ଠା କୁ ସମାନ ଭାବରେ ଚୂର୍ଣ୍ଣକରି ଦିନକୁ ତିନି ଥର ୧ ଚାମୁଚ ଲେଖାଏଁ ଖାଇବାକୁ ଦେବେ।
  • ୨୧ଟି ଗୋଲମରିଚ ସହିତ ୩ଟି ଅମରପୋଇ ପତ୍ରକୁ ବାଟି ପିଇବାକୁ ଦେଲେ ତରଳ ଝାଡା ଭଲ ହୁଏ।

୨୪)ଝାଡା ନିବାରଣ edit

  • ଡାଳିମ୍ବ ଭିତରୁ ମୁଦା କାଢି ସେଥିରେ ଅଫିମ ଦୁଇ ମସା, ଲୋବାନ ୪ ମସା ପୁରାଇ ମାଟି ଓ କନା ଦ୍ୱାରା ଏକ ଲେପ ଦେଇ ପାଉଁଶ ନିଆଁରେ ପୋଡ଼ି କରି ପୁଣି ତାହାର ମାଟି ବାହାର କରି ଶିଳରେ ବାଟି ଭୂଇଁ ବରକୋଳି ଆକାରର ବଟିକା କରି ଚାଉଳ ଧୁଆ ପାଣିରେ ଖାଇଲେ ଝାଡା ଭଲ ହୁଏ।

୨୫)ମଳକଣ୍ଟକ edit

  • ବର ଓହଳ ଆଗ ୪ଖଣ୍ଡ ସେଥିରେ ଗୋଟିଏ ଲବଙ୍ଗ ମିଶାଇ ଦୁଧରେ ବାଟି ୭ ଦିନ ଔଷଧ କରି ପିଇଲେ ମଳକଣ୍ଟକ ଭଲ ହୁଏ।

୨୬)ଅର୍ଶ edit

  • ଗୋଲମରିଚ ୭ଟା ଓ ମହା ଲିମ୍ବ ଛାଲି ୫ଗ୍ରାମ ସହିତ ବାଟି ଚଲ୍ଲା ଦହିରେ ମିଶାଇ ୭ ଦିନ ଖାଲି ପେଟରେ ଖାଆନ୍ତୁ।
  • ଯଦି ରକ୍ତସ୍ରାବ ହେଉଥାଏ ତେବେ ବାସଙ୍ଗ ପତ୍ର ରସରେ ଶ୍ଵେତ ଚନ୍ଦନ କୁ ବାଟି ପିଇଲେ ସୁଫଳ ମିଳିଥାଏ।
  • ନିମ ତେଲ ତିନି ମସା ମିଶ୍ରି ସଙ୍ଗେ ଖାଇଲେ ଅର୍ଶ ଭଲ ହୁଏ।

୨୭)ଝାଡ଼ା ସଫା ନହେଲେ edit

  • ରାତ୍ରି ଭୋଜନରେ ରୁଟି ସହିତ ଉଷୁମ କ୍ଷୀର ଖାଇଲେ ଝାଡ଼ା ସଫା ହୋଇଥାଏ।
  • ଅମୃତ ଭଣ୍ଡା ସିଝା ଓ ପାଚିଲା ପିଜୁଳି ସବୁଦିନ ଖାଇଲେ ଝାଡ଼ା ସଫା ହୋଇଥାଏ।
  • ରାତ୍ରିରେ ଖାଇ ସାରିବା ପରେ ଦୁଇ ଚାମୁଚ ତ୍ରିଫଳା ଚୂର୍ଣ୍ଣ (ହରିଡା, ବାହାଡ଼ା ଓ ଅଁଳା) ୫ଗ୍ରାମ ଖାଇଲେ ଝାଡ଼ା ପରିଷ୍କାର ହୋଇଥାଏ।
  • ହରିଡା ଫଳ ଚୋପା ପୂର୍ଣ୍ଣ ଚୂର୍ଣ୍ଣ କରି ୫ ଗ୍ରାମ ଉଷୁମ ପାଣିରେ ପ୍ରତ୍ୟେକ ଦିନ ଖାଇଲେ ଝାଡ଼ା ସଫା ହୋଇଥାଏ।

୨୮)ପେଟ କାମୁଡ଼ିଲେ edit

  • ଅଦା ସହିତ ଲୁଣ ମିଶାଇ ଚୋବାଇଲେ ପେଟ କାମୁଡିବା ଭଲ ହେବା ସହିତ କ୍ଷୁଧା ବୃଦ୍ଧି ହୋଇଥାଏ।
  • ଶୁଣ୍ଠି କୁ ପୋଡ଼ି ଗୁଣ୍ଡ କରି ଏକ କପ ଉଷୁମ ପାଣି ସହିତ ୨ ଚାମୁଚ ଚିନି ମିଶାଇ ଖାଇଲେ ପେଟ ଟଣା ଭଲ ହୁଏ।

୨୯)କଲେରା edit

  • ଗନ୍ଧ ଗୁହାରିଆ ମଞ୍ଜି ଗୋଟିଏ ବାଟି ପିଇଲେ ୬ମାସ ଯାଏଁ କଲେରା ହୁଏ ନାହିଁ।ଔଷଧ ଖାଇ ସାରିବା ପରେ ଫୁଟା ପାଣି ପିଇବେ।

୩୦)ପେଟରେ ଗ୍ୟାସ୍ ବା ପେଟ ଫୁଲିଲେ edit

  • ହେଙ୍ଗୁ ବାଟି ପେଟ ଉପରେ ଲେପ ଦେଲେ , କିଛି ସମୟ ପରେ ପେଟ ଆରମ ଲାଗେ।
  • ପ୍ରାତଃ କାଳରେ ଏକ କପ ଲାଉରସ ପିଇବା ଦ୍ୱାରା ପେଟର ସମସ୍ତ ବିକାର ଦୂର ହୋଇଥାଏ ଓ ଭବିଷ୍ୟତରେ ମଧ୍ୟ ହୁଏ ନାହିଁ।
  • ୪,୫ ଟି ଗୋଲମରିଚକୁ ଗୁଣ୍ଡ କରି ଖାଇଦିଅନ୍ତୁ।ତା'ପରେ ଉଷୁମ ପାଣିରେ ଫାଳେ ଲେମ୍ବୁ ଚୁପୁଡ଼ି ପିଅନ୍ତୁ।ଦିନକୁ ଦୁଇବେଳା କିଛିଦିନ ଏପରି କଲେ ପେଟର ଗ୍ୟାସ୍ ସମସ୍ୟାର ସମାଧାନ ହୋଇଥାଏ।

୩୧)ପେଟ ପରାସ୍ edit

  • କଳାଜିରା ଓ ସାବୁନ ଏ ଦୁଇଟିକୁ ବାଟି ଲେପ ଦେଲେ ପରାସ୍ ଭଲ ହୁଏ।

୩୨)ଆଣ୍ଠୁ ଗଣ୍ଠି ବାତ edit

  • ରସୁଣକୁ ବାଟି ସୋରିଷ ତେଲରେ ଫୁଟାଇ ଆଣ୍ଠୁ ଗଣ୍ଠିରେ ମାଲିସ୍ କଲେ ଉତ୍ତମ ଫଳ ମିଳିଥାଏ।
  • ଶୁଣ୍ଠି ୧୨ ଗ୍ରାମ,ରସୁଣ ୧ଗ୍ରାମ ଓ ବେଗୁନିଆ ପତ୍ର ୧୨ ଗ୍ରାମକୁ ଛେଚି ୪ ଗ୍ଲାସ ଜଳରେ ମିଶାଇ ସିଝାଇ ୧ ଗ୍ଲାସ ରହିଲେ ଚୁଲ୍ଳିରୁ ଓହ୍ଲାଇ ଥଣ୍ଡା କରିବେ।ତାହାକୁ ଛାଣି ସେଥିରେ ୨୫ ଗ୍ରାମ ଚିନି ମିଶାଇ ୩ ପାନ କରି ଖାଇଲେ ଆଣ୍ଠୁ ଗଣ୍ଠି ବାତ ରୋଗର ଗଣ୍ଠି ସ୍ଥାନରେ ହେଉଥିବା ଯନ୍ତ୍ରଣା ବା ଫୁଲା ଭଲ ହୁଏ।
  • ବେଗୁନିଆ ପତ୍ର ରସ ୨ ଚାମୁଚ ଅତିକମ୍ ରେ ୨୦ ଦିନ ଖାଇଲେ ଓ ମାଲିସ୍ କଲେ ରୋଗ ଭଲ ହୋଇଥାଏ।

୩୩)ବଥ edit

  • କ୍ଷୀର ଓ ସୋଡ଼ା କୁ ଘିଅରେ ମିଶାଇ ମଲମ କରି ବଥ ରେ ଦେଲେ ଶୀଘ୍ର ଫାଟି ଯାଏ।
  • ସମାନ ଭାଗ ଅଦାରସ ରେ ହଳଦୀ ଗୁଣ୍ଡ ଗୋଳି ବଥରେ ଲଗାଇଲେ ବଥ ଫାଟି ଯାଏ ଓ ଶୀଘ୍ର ଶୁଖିଯାଏ।

୩୪)ବହୁ ମୁତ୍ର edit

  • ପ୍ରତ୍ୟକଦିନ ମେଥିଗୁଣ୍ଡ, ଜାମୁକୋଳି ଗୁଣ୍ଡ ନିୟମିତ ସେବନ କଲେ ଉପକାର ମିଳିଥାଏ।
  • ଜୁଆଣୀ, ଅଦା, ଦହି ଓ ପେଜକୁ ସମ ଭାଗରେ ମିଶାଇ ସେଥିରେ ୫ଗ୍ରାମ ସୈନ୍ଧଵ ଲବଣ ସହିତ ଦିନକୁ ୧ପାନ କରି ୧୫ଦିନ ଖାଇଲେ ରୋଗ ଭଲ ହୋଇଯାଏ।
  • ପ୍ରତ୍ୟକ ଦିନ ଖାଲି ପେଟରେ କଲର ରସ ନିୟମିତ ପିଇଲେ ଉପକାର ମିଳିଥାଏ।
  • ପ୍ରତ୍ୟେକ ଦିନ ସକାଳେ ୨ଟି ବେଲପତ୍ର ଖାଇଲେ ରୋଗୀର ରକ୍ତରୁ ଶର୍କରା ଅଂଶ କମିଯାଏ।
  • ଭୃଷଙ୍ଗ ପତ୍ର ଚଟଣୀ ଖାଆନ୍ତୁ।ଭୃଷଙ୍ଗ ପତ୍ରର ରସ କପେ ବା ଦୁଇ କପ ଦିନରେ ୨/୩ ଥର ପିଇଲେ ଉପକାର ମିଳିଥାଏ।

୩୫)ବ୍ରଣ edit

  • କମଳା ଚୋପାକୁ ଛାଇରେ ଶୁଖାଇ ସମାନ ପରିମାଣରେ ବେସନ କିମ୍ବା ୨ଗୁଣା ମୁଲତାନି ମାଟି ମିଶାଇ ରାତିରେ ଲେପ ଦେଲେ ମୁହଁରୁ ଦାଗ ଓ ବ୍ରଣ ଦୂର ହୋଇଥାଏ।ଏହି ମିଶ୍ରଣ ଲଗାଇବା ପୂର୍ବରୁ ଉଷୁମ ପାଣିରେ ମୁହଁ ସଫା କରିବା ଉଚିତ୍।
  • କଞ୍ଚା ଗାଈ ଦୁଧରେ ମେଥିଚୁନା ମିଶାଇ ଲଗାଇଲେ ବ୍ରଣ ଭଲ ହୋଇଥାଏ।
  • ଛାଇରେ କମଳା ଚୋପାକୁ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ।ଏଥିରେ ଅଳ୍ପ ହଳଦୀ ମିଶାଇ ଲେପ ଦେଲେ ମୁହଁରେ ବ୍ରଣ ଦୂର ହେବା ସହିତ ତ୍ୱଚା ରୋଗ ମଧ୍ୟ ଦୂର ହୁଏ।
  • ଖଣ୍ଡ ହଳଦୀକୁ ବାଟି ସେଥିରେ ଲେମ୍ବୁରସ ମିଶାଇ ମୁହଁରେ ଲଗାଇଲେ ଉପକାର ମିଳିଥାଏ।
  • ଦୁବଘାସ ଉପରେ ସକାଳେ ଯେଉଁ କାକର ପଡ଼ିଥାଏ, ତାକୁ ଆଣି ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ।
  • ଉଷୁମ ପାଣିରେ ମୁହଁ ଧୋଇ ଏକ ଫାଳ ଲେମ୍ବୁରସ ରେ ବେସନ ମିଶାଇ ମିଶ୍ରଣକୁ ଲଗାଇଲେ ମୁହଁରୁ ସମସ୍ତ ପ୍ରକାର ଦାଗ, ବ୍ରଣ ଇତ୍ୟାଦି ଦୂର ହେବା ସହିତ ତ୍ୱଚା ନରମ ଓ ସୁନ୍ଦର ହୋଇଥାଏ।ଯଦି ତ୍ୱଚା ଶୁଷ୍କ ହୋଇଯାଏ ତେବେ ଦୁଧରେ ଚନ୍ଦନ କାଠ ଘଷି ଲଗାଯାଇଥାଏ।ତ୍ୱଚା ତେଲିଆ ରହୁଥିଲେ ଗୋଲାପ ଜଳରେ ଘଷି ଧୋଇଲେ ତ୍ୱଚା ସୁନ୍ଦର ଦେଖାଯାଏ।

୩୬)ମୁହଁରେ ବ୍ରଣ ଦାଗ ହୋଇଥିଲେ edit

  • ମୁହଁରେ ବ୍ରଣ ଦାଗ ହୋଇଥିଲେ ଲେମ୍ବୁରସ ବା କାକୁଡ଼ି କିମ୍ବା ବିଲାତି ବାଇଗଣ ରସ ଘଷନ୍ତୁ।କିଛି ସମୟ ପରେ ମୁହଁକୁ ଭଲ ଭାବରେ ସଫା କରନ୍ତୁ।ବ୍ରଣ ଦାଗ ଚାଲିଯିବ।
  • ନିମ୍ବ ପତ୍ର ଓ ହଳଦୀ ସମାନ ଭାବରେ ବାଟି ଲଗାଇଲେ ଉପକାର ମିଳିଥାଏ।

୩୭)କାଠ ବ୍ରଣ edit

  • ସୁନ୍ଦରୀ ପତ୍ର ଓ ନିମ୍ବ ପତ୍ରକୁ ଏକାଠି ବାଟି ଶରୀରରେ ମାଲିସ୍ କରି ଘଣ୍ଟାଏ ପରେ ସ୍ନାନ କଲେ କାଠ ବ୍ରଣ ଭଲ ହୁଏ।

୩୮)ରକ୍ତ ଚାପ edit

  • ଖାଲି ପେଟରେ ପିଆଜ ରସ ସହିତ ସମାନ ଭାବରେ ମହୁ ଦିନକୁ ଦୁଇ ଚାମଚ ପାନ କଲେ ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ।

୩୯)ନିମ୍ନ ରକ୍ତ ଚାପ edit

  • ୩୦ଟି ଖିସମିସ୍ କୁ ରାତିରେ ଵତୁରାଇ ସକାଳେ ଗୋଟି ଗୋଟି କରି ଖାଇଲେ ନିମ୍ନ ରକ୍ତ ଚାପ ଭଲ ହୋଇଥାଏ।ଏହା ରକ୍ତକୁ ଲୌହ ବହୁଳ ଭାବେ ଯୋଗାଇଥାଏ।

୪୦)ଉଚ୍ଚ ରକ୍ତ ଚାପ edit

  • କଞ୍ଚା ପିଆଜ ପ୍ରତ୍ୟକ ଦିନ ଖାଇଲେ ଉଚ୍ଚ ରକ୍ତ ଚାପ ରୋଗରୁ ଉପକାର ମିଳେ।
  • ପ୍ରତ୍ୟକ ଦିନ ଏକ କୋଲା ରସୁଣ ମହୁ କିମ୍ବା ପାଣିରେ ଖାଆନ୍ତୁ।ରକ୍ତ ସଞ୍ଚାଳନ ଠିକ୍ ରହିବ।ଫଳରେ ଉଚ୍ଚ ରକ୍ତ ଚାପ ରୋଗୀ ଏଥିରୁ ଅନେକ ଲାଭ ପାଇବେ।

୪୧)ଅତିସାର ଓ ରକ୍ତ ଅତିସାର ନିବାରଣ edit

  • କଞ୍ଚା ବେଲ ଅଧ ପାଏ, ଇଷବ ଗୋଲି ଏକ ତୋଳା, ଗାଈ ଦୁଧ ଅଧ ପାଏ, ଚିନି ବା କନ୍ଦ ଏକ ଛଟାଙ୍କେ ଏକତ୍ର ମିଶାଇ ପାନ କରିବେ।ଅଧ ଛଟାଙ୍କି ଅନ୍ଦାଜ ଦିନେ ମଧ୍ୟ ୩/୪ ଥର ଖାଇଲେ ରୋଗ ଭଲ ହୁଏ।
  • କାଗେଜି ଲେମ୍ବୁର୨ରତି ଅଫିମ ପୁରାଇ ମାଟି ଲେପି ପୋଡ଼ିବ।ଏହାକୁ ଥଣ୍ଡା କରି ପଣା ସହିତ ଚକଟି ଦିନକୁ ୩/୪ ଥର ପିଇଲେ ରୋଗ ଭଲ ହୁଏ।

୪୨)ଶରୀରରେ ମାଡ଼ ବାଜି ମକଚି ହୋଇ ଦରଜ ବା ଫୁଲା ହେଲେ edit

  • ନାଗ ଅଇରୀ ପତ୍ର ଗରମ କରି ବାନ୍ଧି ଦିଅନ୍ତୁ ଅନେକ ମାତ୍ରାରେ ଭଲ ହୋଇଯିବ।
  • ସଦ୍ୟ ଗୋବରକୁ ଫୁଲା ସ୍ଥାନରେ ରଖି ସକାଳୁ ଖୋଲି ଦିଅନ୍ତୁ ଫୁଲା ଭଲ ହୋଇଯିବ।
  • ତେନ୍ତୁଳି ପତ୍ରର ରସ ଓ ବାଇଗବା କ୍ଷୀରକୁ ମିଶାଇ ରାତିରେ ପଟି ବାନ୍ଧି ସକାଳକୁ ଖୋଲି ଦିଅନ୍ତୁ ଆରାମ ଲାଗିବ।

୪୩)ଗାଲୁଆ edit

  • ଦୁଦୁରା ପତ୍ର ଲଗାଇଲେ ଗାଲୁଆ ଭଲ ହୁଏ କିମ୍ବା ମହାଙ୍କାଳ କଳା ଓ ଗୋଲ ମରିଚକୁ ବାଳକର ମୂତ୍ରରେ ବାଟି ଲଗାଇଲେ ଗାଲୁଆ ଭଲ ହୁଏ।

୪୪)ଆଖି ତଳ କଳା ଓ ଶୁଷ୍କ ତ୍ୱଚା edit

  • ବାଦାମକୁ ପେଶି ସେଥିରେ ମଲାଇ ବା ଥଣ୍ଡା ଦୁଧ ସର ମିଶାଇ ଫେଣ୍ଟନ୍ତୁ।ଏହାକୁ କ୍ରିମ୍ ଭଳି କରି ମୁହଁରେ ଲଗାନ୍ତୁ।ଆଖି ତଳ କଳା ଓ ଶୁଷ୍କ ତ୍ୱଚା ଭଲ ହୋଇଯିବ।ଏଥିସହ ତ୍ୱଚା ନରମ ଓ ମୁଲାୟମ ରହିବ।

୪୫)ତ୍ୱଚା ଉଜ୍ଜ୍ୱଳ ଦିଶିବ edit

  • ବନ୍ଧା କୋବି ସିଝା ହେଉଥିବା ସମୟରେ ସିଝା ପାଣିକୁ ଆଣି ସେଥିରେ ମୁହଁ ଧୁଅନ୍ତୁ, ତ୍ୱଚା ଉଜ୍ଜ୍ଵଳ ଦିଶିବ।

୪୬)ଦୃଷ୍ଟି ଶକ୍ତି ବୃଦ୍ଧି edit

  • ଅଁଳା ୧୦୦ ଗ୍ରାମ, ହରିଡା ୫୦ ଗ୍ରାମ ଓ ବାହାଡ଼ା ୫୦ ଗ୍ରାମ ମିଶାଇ ଥରକେ ୫ ଗ୍ରାମ ରାତିରେ ଭିଜାଇ ସକାଳେ ପିଇଲେ ବା ଆଖିକୁ ଧୋଇଲେ ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।

୪୭)ତ୍ୱଚା କୋମଳ ଦିଶିବ edit

  • ଥଣ୍ଡା ପାଣିରେ ଶରୀରକୁ ଧୋଇଲେ ତ୍ୱଚା କୋମଳ ଦିଶିବ।

୪୮)ଆଖି ଯନ୍ତ୍ରଣା ଓ ଆଖିରେ ଧୂଳି କଣା ପଡ଼ିଲେ edit

  • ଦୁଇଟୋପା ଗୋଲାପ ଜଳ ଆଖିରେ ପକାଇଲେ ଆଖି ଯନ୍ତ୍ରଣା ଭଲ ହୁଏ।
  • ମା' କ୍ଷୀର ଆଖିରେ ପକାଇଲେ ଧୂଳି କଣା ବାହାରି ଆସେ।
  • ୧ ଗ୍ଲାସ ଜଳରେ ୫ ଗ୍ରାମ ଫିଟିକିରି ମିଶାଇ ଆଖିରେ ପକାଇଲେ ଭଲ ହୁଏ।
  • ବିଶୁଦ୍ଧ ମହୁ ୨ ବୁନ୍ଦା ଆଖିରେ ପକାଇଲେ ଆଖି ଭଲ ହୁଏ।

୪୯)ଆଖି ଧରା edit

  • ଖୁବ୍ ଗରମ ଭାତରେ ଘାଣ୍ଟି ଗୁଆଘିଅ ମିଶାଇ ଖଣ୍ଡେ ପରିଷ୍କାର କନାରେ ସେହି ଭାତକୁ ବିଛାଇ ତାହା ଉପରେ ଆଉ ଗୋଟିଏ କନା ପକାଇ ଆଖି ଉପରେ ବାନ୍ଧି ଦିଅନ୍ତୁ।ରୋଗୀ ଆନନ୍ଦରେ ଶୋଇ ପଡ଼ିବା ସହିତ ଆଖି ଭଲ ହୋଇଯିବ।
  • ଆଖି ଧରିବା ଆଗରୁ ନିଜ ପରିସ୍ରାକୁ ଆଖିରେ ପ୍ରତିଦିନ ମାରି ଧୋଇଲେ ଆଖି ଧରିବ ନାହିଁ।
  • ଅଗରା ଗଛର କ୍ଷୀର ଆଖିରେ ଲଗାନ୍ତୁ, ଆଖି ଧରା ଭଲ ହୋଇଯିବ।

୫୦)ଆଖି ଫୁଲା edit

  • ଅଫିମକୁ କଳା ଦୁଦୁରା ରସରେ ଘୋରି ଆଖିର ଚାରିପଟେ ଲେପ ଦେଲେ ଆଖି ଫୁଲା ଭଲ ହୋଇଥାଏ।

୫୧)ଆଖିରେ ଆଲୁଅ ଉଠିଲେ edit

  • ଜଳରେ ଗୋଟିଏ ଲବଙ୍ଗ ୧୨ ଘଣ୍ଟା ଵତୁରାଇ ସେହି ଲବଙ୍ଗକୁ ଘୋରି ଆଖିରେ ଲଗାନ୍ତୁ, ସୁଫଳ ମିଳିବ।

୫୨)ଚକ୍ଷୁ ରୋଗର ଉପାୟ edit

  • ହରିଡା, ସୈନ୍ଧବ ଲବଣ, ଦାରୁ ହରିଦ୍ରା, ଗେରୁମାଟି ଓ ରସଞ୍ଜନକୁ ଏକାଠି ମର୍ଦ୍ଦନ କରି ଆଖିର ଚାରିପଟେ ଲେପ ଦେଲେ ଚକ୍ଷୁ ଫୁଲା ଓ ବିନ୍ଧା ଇତ୍ୟାଦି ରୋଗ ଭଲ ହୋଇଥାଏ।

୫୩)ଆଖି ପରାସ ହେଲେ edit

  • ହେଙ୍ଗୁର ଟିକିଆ କାଗଜରେ ରଖି ମଳଦ୍ଵାରରେ ଲଗାଇଲେ ଓ ନିଗୋଟରେ ଭିଡି ଦେଲେ ଏହି ରୋଗ ଭଲ ହୁଏ।

୫୪)କର୍ଣ୍ଣଶୂଳ edit

  • ଛେଳି ମୂତ ଅଳ୍ପ ଉଷୁମ କରି ସେଥିରେ ସାମାନ୍ୟ ମାତ୍ରାରେ ସୈନ୍ଧବ ଲବଣ ମିଶାଇ କାନରେ ପକାନ୍ତୁ, କର୍ଣ୍ଣଶୂଳ ଭଲ ହୋଇଯିବ।[2]

୫୫)ବଧିରତା ନାଶକ ତୈଳ edit

  • କଷି ବେଲ ଯେତିକି ନେବେ ତାହାର ୬ଗୁଣା ଗୋମୂତରେ ମିଶାଇ ରାନ୍ଧନ୍ତୁ। ଚାରି ଭାଗରୁ ଭାଗେ ଥିବ ତହିଁରେ ରାଶି ତେଲ ସେତିକି ଓ ତାହାର ୪ ଗୁଣା ଛେଳି ଦୁଧରେ ପକାଇ ରାନ୍ଧନ୍ତୁ। ପାଣି ଶୁଖିଗଲେ ତେଲକୁ ଛାଣିକି ରଖନ୍ତୁ। ଆବଶ୍ୟକ ହେଲେ କାନକୁ ସଫା କରି ପ୍ରତ୍ୟେକ ଦିନ ୨ ବୁନ୍ଦା କରି ପକାଇଲେ ବଧିରତା ଭଲ ହୁଏ।

୫୬)କର୍ଣ୍ଣ ଫୁଲା ନିବାରଣ edit

  • ସମୁଦ୍ର ଫେଣ, ଅଫିମ ଓ ପତ୍ରିଆ ସିଝୁର ରସ ଏକତ୍ର ମର୍ଦ୍ଦନ କରି ଫୁଲା ସ୍ଥାନରେ ଲେପ ଦେଲେ ଫୁଲା ଭଲ ହୋଇଥାଏ।

୫୭)କାନ ଟାଣିଲେ edit

  • ଦୁଇ ଚାମଚ ସୋରିଷ ତେଲ ସହ ଦୁଇ ପାଖୁଡା ରସୁଣ ଛେଚି ନିଆଁରେ ଗରମ କରି ଥଣ୍ଡା ତେଲରୁ ଦୁଇ ବୁନ୍ଦା କାନରେ ପକାଇଲେ ସୁଫଳ ମିଳେ।
  • ସଜନା ପତ୍ର ରସରେ ସମପରିମାଣ ରାଶି ତେଲ ମିଶାଇ ଗରମ କରି କାନରେ ପକାଇଲେ କାନ ଟାଣିବା ଭଲ ହୋଇଥାଏ।

୫୮)କାନରେ ବାରମ୍ବାର ପୂଜ ହେଲେ edit

  • ପ୍ରଥମେ ଗୋମୂତ୍ରରେ ତୁଳା କାଠିକୁ ବୁଡାଇ କାନ ସଫା କରିବେ। ତା'ପରେ ଚାରି ଚାମୁଚ ସୋରିଷ ତେଲ ସହିତ ୧୦ ଚାମୁଚ ଦୁଦୁରା ପତ୍ର ରସ ଓ ଅଧ ଚାମୁଚ ବଟା ହଳଦୀ ମିଶାଇ ନିଆଁରେ ଗରମ କରନ୍ତୁ। ଏହାପରେ ଏହି ତେଲକୁ ଥଣ୍ଡା କରି ଏହି ତେଲକୁ ଦିନକୁ ଦୁଇ ଥର କାନରେ ୩ ବୁନ୍ଦା ପକାଇଲେ ଭଲ ଫଳ ମିଳିଥାଏ।
  • ଫିଟିକିରି କୁ ପୋଡି ତାର ଚୁର୍ଣ୍ଣ ଭାଗ କାନରେ ପକାଇଲେ କାନ ପଚା ଭଲ ହୋଇଥାଏ।

୫୯)ଦାନ୍ତ ବିନ୍ଧିଲେ edit

  • ଲବଙ୍ଗ ତେଲକୁ ତୁଳାରେ ବୁଡାଇ ଦାନ୍ତ ମୂଳରେ ଜାକନ୍ତୁ।
  • ଚାରିଟା ଲବଙ୍ଗ ଚୋବାଇ ଖାଆନ୍ତୁ।
  • ବାଇଗବା କ୍ଷୀର ଦାନ୍ତ ମୂଳରେ ଘଷନ୍ତୁ କିମ୍ବା କଣା ଦାନ୍ତରେ ଦୁଇ ଟୋପା କ୍ଷୀର ପକାଇଲେ ଦାନ୍ତ ବିନ୍ଧା ଭଲ ହୋଇଯିବ।

୬୦)ଦାନ୍ତ ରୋଗ edit

  • ସୋରିଷ ତେଲ ଓ ସୈନ୍ଧବ ଲବଣର ଚୁର୍ଣ୍ଣକୁ ମିଶାଇ ସେଥିରେ ଦାନ୍ତ ଘଷନ୍ତୁ, ଦାନ୍ତ ରୋଗ ଭଲ ହୁଏ।

୬୧)ଦାନ୍ତ ପୋକକଟା edit

  • ଭେଜି ବାଇଗଣ (ଅଙ୍କରାନ୍ତି) ଗଛର ଶୁଖିଲା ମଞ୍ଜିକୁ କାଗଜରେ ରଖି ପିକା କରି ଧୂଆଁ ଟାଣି ପାଟିରେ କିଛି ସମୟ ରଖି ବାହର କରନ୍ତୁ।ଏହି ପରି କିଛି ସମୟ କଲେ ଦାନ୍ତ ପୋକ ମରିଯିବେ।

୬୨)ଦାନ୍ତ ମୂଳ ଫୁଲି ଦରଜ ହେଲେ edit

  • ସୋରିଷ ତେଲ ସହ ଗୁଣ୍ଡ ଲୁଣ ମିଶାଇ ଦିନକୁ ୨ ଥର ଦାନ୍ତ ଘଷନ୍ତୁ ଅଥବା ଉଷୁମ ପାଣିରେ ଲୁଣ ମିଶାଇ କୁଳି କରନ୍ତୁ ଦାନ୍ତ ମୂଳ ଫୁଲା ଭଲ ହୋଇଯିବ।

୬୩)ଦାନ୍ତ ମୂଳରୁ ରକ୍ତ ଓ ପୂଜ ବାହାରିଲେ edit

  • ଫିଟିକିରି ୨୫ ଗ୍ରାମ ଓ ଖଇର ୫୦ଗ୍ରାମ ଓ ତୃତୀୟା ୧୨ ଗ୍ରାମ, ଏକତ୍ର କରି ନିଆଁରେ ପୋଡି ସେହି ଭଷ୍ମକୁ ଦାନ୍ତ ମୂଳରେ ଦିନକୁ ୨ ଥର ଘଷିଲେ ଦାନ୍ତ ମୂଳରୁ ରକ୍ତ ଓ ପୂଜ ବାହାରିବା ଭଲ ହୋଇଥାଏ।

୬୪)ଜିଭରେ ଘା' edit

  • ଗାଇ ଘିଅ ଗରମ କରି ଜିଭରେ ଲଗାଇ ଧାଁସରେ ସେକ ଦେଲେ ପାଟିରୁ ପାଟିରୁ ଲାଳ ବୋହି ଜିଭର ଘା' ଭଲ ହୁଏ।
  • କର୍ପୂର ଚୂନ ୧ ଭାଗ ଓ ଟାଙ୍ଗରା ଖଇ ଚୂର୍ଣ୍ଣ ୪ ଭାଗ ଏକତ୍ର କରି ମିଶାଇ ଦିନକୁ ୨ଥର ଘଷିଲେ ଜିଭର ଘା'ଭଲ ହୋଇଥାଏ।

୬୫)ନାକରୁ ରକ୍ତ ପଡୁଥିଲେ edit

  • ଆମ୍ବର କୋଇଲି ଓ ପିଆଜକୁ ଏକତ୍ର ଛେଚି ତାକୁ ଶୁଙ୍ଘ।
  • ଗୋବର ପାଉଁଶ, କାଗଜ ଭଷ୍ମ ଓ ଫିଟିକିରି ଫୁଲା ଚୂର୍ଣ୍ଣ ଏକତ୍ର ମିଶାଇ ଶୁଙ୍ଘିଲେ ଏହା ଭଲ ହୋଇଥାଏ।
  • ଦୁବ ଘାସ ରସକୁ ପକାଇଲେ ନାକରୁ ରକ୍ତ ପଡିବା ବନ୍ଦ ହୁଏ।

୬୬)ଖଣ୍ଡିଆ ହୋଇ ରକ୍ତ ପଡିଲେ edit

  • କିଛି ଦୁବ ଘାସ ଆଣି ତାକୁ ଛେଚି, ତା'ସହିତ କିଛି ଚିନି ମିଶାଇ ଖଣ୍ଡିଆ ସ୍ଥାନରେ ବାନ୍ଧି ଦିଅନ୍ତୁ, ରକ୍ତ ପଡିବା ବନ୍ଦ ହୋଇଯିବ।
  • ସ୍ପିରିଟ କିମ୍ବା ବ୍ୟାଣ୍ଡେଜ୍ ଲଗାନ୍ତୁ ରକ୍ତ କମିଯିବ।
  • ବିଶଲ୍ୟକରଣୀ କିମ୍ବା ବଣ ସେବତୀ ପତ୍ରର ରସକୁ ଲଗାଇଲେ ଭଲ ଫଳ ମିଳିଥାଏ।

୬୭)ଆଘାତ ପାଇ ଫୁଲା ବା ଜଖମ ହେଲେ edit

  • ତେନ୍ତୁଳି ପତ୍ର ରସ ଓ ବାଇଗବା କ୍ଷୀରକୁ ମିଶାଇ ରାତିରେ ପଟି ଭଳି ବାନ୍ଧି ସକାଳୁ ଖୋଲି ଦେଲେ ଉପଶମ ହୁଏ।
  • ସଦ୍ୟ ଗୋବରକୁ ଫୁଲା ସ୍ଥାନରେ ରଖି ସକାଳୁ ଖୋଲି ଦେଲେ ସୁଫଳ ମିଳିବ।

୬୮)କଟା ଘା' edit

  • କଟା ଘା'ରେ ନିଜ ପରିସ୍ରା ଲଗାଇଲେ ରକ୍ତ ବନ୍ଦ ହୋଇଥାଏ ଓ ସଙ୍ଗେ ସଙ୍ଗେ ଦରଜ କମିଥାଏ।

୬୯)ଗଳା ସଫା ପାଇଁ edit

  • ପ୍ରତ୍ୟେକ ଦିନ ମିଶ୍ରି ସର୍ବତ ଏକ ମାସ ପର୍ଯ୍ୟନ୍ତ ପିଇଲେ କଣ୍ଠ ବା ଗଳା ସଫା ହୁଏ।

୭୦)ସ୍ୱର ଭଙ୍ଗ edit

  • ପ୍ରାୟ ୨ ତୋଳା ଭୂଇଁ ଅଁଳା ଚେରକୁ ଚୂର୍ଣ୍ଣକରି ମହୁ ସହିତ ଖାଆନ୍ତୁ। ସ୍ୱର ଭଙ୍ଗ ଭଲ ହୋଇଥାଏ।
  • ଶୁଣ୍ଠି ସଉକି ଓଜନର ଚୂର୍ଣ୍ଣ, ଚିନି ଓ ମହୁ ମିଶାଇ ଖାଇଲେ ସ୍ୱର ଭଙ୍ଗ ଭଲ ହୋଇଥାଏ।
  • ଯଷ୍ଟି ମଧୁ,ବଚ, ଶୁଣ୍ଠି ଓ ପିପ୍ପଳୀ ସମପରିମାଣରେ ଚୂର୍ଣ୍ଣ କରି ୫ ଗ୍ରାମ ମହୁ ସହିତ ଦିନକୁ ୨ ଥର ଖାଇଲେ ଭଲ ଫଳ ମିଳିଥାଏ।

୭୧)ଚେତା ଶୂନ୍ୟ edit

  • ହୃଦୟ ଦୁର୍ବଳତା ହେତୁ ଚେତା ଶୂନ୍ୟ ହୋଇ ଯାଉଥିଲେ ସବୁଜ ଅଁଳାର ରସ ୨ଚାମୁଚ ଓ ସମ ପରିମାଅଣରେ ମହୁ ପିଇଲେ ହୃଦୟ ଦୁର୍ବଳତା ଦୂର ହୋଇ ଏହି ରୋଗ ଭଲ ହୁଏ।

୭୨)ଦେହରୁ ଅଧିକ ଝାଳ ବୋହିଲେ edit

  • ଅଁଳା ବାଟି ଶରୀରରେ ଲଗାନ୍ତୁ, ଅଧିକ ଝାଳ ବୋହିବା ବନ୍ଦ ହୋଇଯିବ।

୭୩)ଟନସିଲ ବା ଘଣ୍ଟିକା ବୃଦ୍ଧି ହେଲେ edit

  • ମହୁ ସହିତ ଅଦା ରସ ମିଶାଇ ପିଅନ୍ତୁ ଉପକାର ମିଳିବ।
  • ଲୁଣ ୧ ଚାମଚ, ଫିଟିକିରି ୧ଗ୍ରାମ ଓ ଖାଇବା ସୋଡା ଅଧ ଚାମଚ ଗରମ ପାଣିରେ ଫୁଟାଇ କୁଳୁ କୁଳୁ କରନ୍ତୁ ଉପକାର ମିଳିବ।
  • ପ୍ରତ୍ୟେକ ଦିନ ଗରମ ପାଣିରେ ଲୁଣ ମିଶାଇ ୭ କିମ୍ବା ୮ ଥର କୁଳୁ କୁଳୁ କରନ୍ତୁ ଉପକାର ମିଳିବ।

୭୪)କଣ ନଖା edit

  • ଗୋଟିଏ କାଗେଜି ଲେମ୍ବୁକୁ କଣା କରି ତା' ଭିତରେ ଆଙ୍ଗୁଠି ପୂରାଇ ରଖନ୍ତୁ। ଦିନେ ଦୁଇ ଦିନରେ କଣ ନଖା ପାଚି ଫାଟି ଭଲ ହୋଇଯିବ।
  • ଅଫିମକୁ କିରୋସିନି ରେ ମିଶାଇ ଲଗାଇଲେ ସୁଫଳ ମିଳିଥାଏ।
  • ତାଙ୍ଗଣ ଖଇ ଚୂର୍ଣ୍ଣ ଲଗାଇଲେ ମଧ୍ୟ ଉପକାର ମିଳିଥାଏ।

୭୫)ବାଗି edit

  • ଅରଖ କ୍ଷୀର ଲଗାଇଲେ ବାଗି ବସିଥାଏ। ପାଚିଲା ଅବସ୍ଥାରେ ଅରଖ କ୍ଷୀର ଲଗାଇଲେ ବାଗି ଭଲ ହୁଏ।

୭୬)କାଖ ଗୋଲି ହେଲେ edit

ମୃଦା ଶଙ୍ଖ ଓ ମାଜୁ ଫଳ ଲଗାଇଲେ କାଖ ଗୋଲି ଭଲ ହୁଏ।

୭୭)କୃମି ନିବାରଣ ନିମନ୍ତେ edit

  • ପଳାଶ ମଞ୍ଜି, ଇନ୍ଦ୍ର ଯବ, ବିଡଙ୍ଗ୍ ନିମ୍ବ ଛେଲି, ଚିରେଇତା ଓ ହରିଡାକୁ ସମ ପରିମାଣରେ ଚୂର୍ଣ୍ଣ କରି ସମାନ ଭାଗରେ ଗୁଡ ମିଶାଇ ରଖନ୍ତୁ।ଏଥିରୁ ପ୍ରତ୍ୟେକ ଦିନ ୨ ଥର ୫ ଗ୍ରାମ ଲେଖାଏଁ ସେବନ କରନ୍ତୁ ଭଲ ଫଳ ମିଳିବ।
  • ପଳାଶ ମଞ୍ଜି, ମହୁରେ ମିଶାଇ ଖାଆନ୍ତୁ ଉପକାର ମିଳିବ।
  • ଖୁରାସାନି ଜୁଆଣୀକୁ ବାସି ପାଣିରେ ବାଟି ଖାଇଲେ କୃମି ଭଲ ହୋଇଥାଏ।

୭୮)ମୁଣ୍ଡରେ ଉକୁଣୀ ହେଲେ edit

  • ଶୋଇବା ବେଳେ ତକିଆରେ କିଛି ତୁଳସୀ ପତ୍ର ପକାନ୍ତୁ ଓ ତା'ଉପରେ ମୁଣ୍ଡ ଦେଇ ଶୁଅନ୍ତୁ, ତୁଳସୀ ବାସ୍ନାରେ ଉକୁଣୀ ରହିବେ ନାହିଁ।

୭୯)କେଶ ଚିକ୍କଣ ହେବା ପାଇଁ edit

  • ଘରେ ସାମ୍ପୁ ନାହିଁ ତ କିଛି ଚିନ୍ତା ନାହିଁ। କେଶରେ ସାବୁନ ବ୍ୟବହାର କରିବା ପରେ ଗୋଟିଏ ମଗ ପାଣିରେ ଲେମ୍ବୁ ରସ ପକାଇ ବାଳ ଧୋଇ ଦିଅନ୍ତୁ। ତା'ପରେ ଲେମ୍ବୁ ଚୋପା ବାଳରେ ଘଷନ୍ତୁ।କିଛି ସମୟ ପରେ ବାଳ ଧୋଇ ଦେଲେ ଏହା ନରମ ଓ ଚିକ୍କଣ ହୋଇଯିବ।

୮୦)ବସନ୍ତ ହେଲେ edit

  • ବସନ୍ତ ହେବା ମାତ୍ରେ ଏକ ତୋଳା ଫଣଫଣା ଛାଲି ବାଟି ରୋଗୀକୁ ପିଆନ୍ତୁ। ୩ କି ୪ ତୋଳା ଛାଲି ବାଟି ରୋଗୀ ଦେହରେ ଲଗାଇଲେ ବସନ୍ତ ରୋଗ ଭଲ ହୁଏ।

୮୧)ବସନ୍ତ, ହାଡଫୁଟି ଓ ମିଳିମିଳା edit

  • ଧଳା ଅଙ୍କରାନ୍ତି ଚେର ସହ ଗୋଲମରିଚ ମିଶାଇ ସେବନ କଲେ, ବସନ୍ତ, ହାଡଫୁଟି ଓ ମିଳିମିଳି ଆଦି ରୋଗ ହୋଇନଥାଏ।

୮୨)ସଙ୍କ୍ରାମକ ରୋଗ edit

  • କଳା ଅଙ୍କରାନ୍ତି ଚେର ସହିତ ଗୋଲମରିଚ ବାଟି ସେବନ କଲେ ବର୍ଷକ ପର୍ଯ୍ୟନ୍ତ ସଙ୍କ୍ରାମକ ରୋଗ ହୋଇନଥାଏ।

୮୩)ଫାଇଲେରିଆ edit

  • ପ୍ରତ୍ୟେକ ଦିନ ପାଞ୍ଚୋଟି ବେଲପତ୍ର ସହିତ ଗୋଲମରିଚ କିଛି ଦିନ ବ୍ୟବହାର କରନ୍ତୁ ଫାଇଲେରିଆ ଭଲ ହୋଇଯିବ।

୮୪)ଦେହରେ କଣ୍ଟା ପଶିଲେ edit

  • ଦେହରେ କଣ୍ଟା ପଶିଗଲେ ସେ ସ୍ଥାନକୁ ବରଫରେ ଘଷିବେ। ଥଣ୍ଡା ଯୋଗୁଁ ଦରଜ କମିଯିବା ସହିତ ସେ ସ୍ଥାନ କୋଲ ମରିଯିବ। ଯାହା ଫଳରେ ଅତି ସହଜରେ ସେହି ସ୍ଥାନରୁ କଣ୍ଟା କଢାଯାଇ ପାରିବ।

୮୫)ଦେହରେ ଘିମିରି ହେଲେ edit

  • କିଛି ତୁତିଆ ଆଣି ପାଣିରେ ପକାନ୍ତୁ ଓ ଦେହରେ ଲଗାନ୍ତୁ, ଘିମିରି ରହିବ ନାହିଁ।

୮୬)ବାଯୁ କୋପରୁ ଭଗନ୍ଦର ହେଲେ edit

  • ଦୁଦୁରା ପତ୍ରକୁ ଅଳ୍ପ ସେକି ବାନ୍ଧିଲେ ଭଗନ୍ଦର ଭଲ ହୋଇଥାଏ।

୮୭)ପ୍ଲୀହା ନିବାରଣ edit

  • କମାର ଲୁହାକୁ ଯେଉଁ ପାଣିରେ ପକାଏ ସେହି ଜଳ ପାନ କରନ୍ତୁ, ପ୍ଲୀହା ଭଲ ହୋଇଯିବ।

୮୮)ପ୍ରମେହ ନିବାରଣ edit

  • ଝଡି ଯାଇଥିବା ଅଶ୍ୱତଥ୍ ପତ୍ରକୁ ସିଝାଇ ସେହି ପାଣିରେ ମିଶ୍ରିକୁ ମିଶାଇ ପିଇଲେ ପ୍ରମେହ ଭଲ ହୋଇଯିବ।
  • ଖଇର, ଗୋକ୍ଷରା ଓ ଜବଖାର ସମାନ ଭାଗରେ ଚୂନା କରି ୬ ମାସ ମାତ୍ରାରେ ଦୁଧରେ ବା ଚିନି ପାଣିରେ ଖାଇଲେ ପ୍ରମେହ ଭଲ ହୋଇଥାଏ।

୮୯)ଭାତୁଡି edit

  • ଅଦାକୁ କାଟି ସେହି ଅଦାରେ ଅଳ୍ପ ଚୂନ ଲଗାଇ ଧିରେ ଧିରେ ଭାତୁଡି ଉପରେ ଘଷନ୍ତୁ, ଶେଷରେ ଭାତୁଡି କଟି ଯିବ ଏବଂ ଦେହରେ କୌଣସି ଦାଗ ମଧ୍ୟ ରହିବନି।

୯୦)ହୃଦ୍ ରୋଗ edit

  • ହୃତପିଣ୍ଡ ବା ଛାତିରେ ଯନ୍ତ୍ରଣା ହେଲେ କିମ୍ବା ଛାତି ଧଡ ଧଡ ହେଲେ ଅର୍ଜୁନ ଛାଲି ଅତ୍ୟନ୍ତ ଲାଭ ପ୍ରଦାଯକ ଅଟେ। ଯେକୌଣସି ପ୍ରକାର ହୃଦ୍ ରୋଗରେ ଅର୍ଜୁନ ଗଛର ଛାଲି ଆଣନ୍ତୁ, ଏହାକୁ ଦରକୁଟା କରି ଭଲ ଭାବରେ ପାଣିରେ ସିଝାନ୍ତୁ, ଏହି ପାଣିକୁ ଦୁଧ ଓ ମିଶ୍ରି ସହିତ ମିଶାଇ ପିଅନ୍ତୁ।ଏପରି କରିବା ଦ୍ୱାରା ଅତି କମ୍ ଦିନ ମଧ୍ୟରେ ଏହି ରୋଗ ଭଲ ହୋଇଯିବ।
  • ପିଆଜ ରସ ସହ ସମ ପରିମାଣରେ ମହୁ ମିଶାଇ ଖାଲି ପେଟରେ ଦୁଇ ଚାମଚ ପାନ କରନ୍ତୁ, ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ। ପିଆଜ ରସ ରକ୍ତର କୋଲେଷ୍ଟଲ ର ପରିମାଣ କମ୍ କରିଥାଏ।ଯାହା ଫଳରେ ହୃଦ୍ ରୋଗ ସମ୍ଭାବନା ରହି ନ ଥାଏ।

୯୧)ପେଟରେ ପଥୁରୀ ରୋଗ ହେଲେ edit

  • ୨ ନିମ୍ବ ପତ୍ରକୁ ବାଟି ୫୦ ଗ୍ରାମ ପାଣିରେ ମିଶାଇ ଛାଣି ୪୫ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସେବନ କଲେ ପଥୁରୀ ରୋଗ ଭଲ ହୋଇଥାଏ।

୯୨)ଓଠ ଫାଟିଲେ edit

  • ସାଧାରଣ ଶୀତ ଦିନରେ ଓଠ ବେଶୀ ଫାଟିଥାଏ। ଓଠରେ ଗୁଆଘିଅ,ନଡିଆ ତେଲ, ଗ୍ଲିସେରିନ୍ କିମ୍ବା ଭାସେଲିନ୍ ଲଗାନ୍ତୁ। ରାତିରେ ଶୋଇବା ବେଳେ ଓଠରେ ଗୁଆଘିଅ ଲଗାଇ ଶୁଅନ୍ତୁ।

୯୩)ପରିସ୍ରା ନଳୀରେ ଷ୍ଟୋନ୍ ହେଲେ edit

  • ରସୁଣ ଚୋପା ଯଦି ପୁରୁଷ ପେଟ ଭିତରକୁ ଯିବ ତେବେ ଏହା ପରିସ୍ରା ନଳୀରେ ଅଟକି ଷ୍ଟୋନ୍ ତିଆରି ହେବ। ତୁଳସୀ ମଞ୍ଜରୀକୁ କ୍ୱାଥ୍ କରନ୍ତୁ। ଏହାର ବାମ୍ଫ ତଳିପେଟ ତଳକୁ ଦେଲେ ଓ ଏବଂ ମୁତେନ୍ଦ୍ରିୟ ଉପରେ ଏହାର ପ୍ରଭାବ ପଡିଲେ ଷ୍ଟୋନ୍ ତରଳି ଯିବ।

୯୪)ଯାଦୁ edit

  • ଚାକୁଣ୍ଡା ମଞ୍ଜି, ଗନ୍ଧକକୁ ଲେମ୍ବୁ ରସରେ ଉତ୍ତମ ରୁପେ ମର୍ଦ୍ଦନ କରନ୍ତୁ ଓ ଯାଦୁରେ ଗୋଟିଏ ଦିନରେ ୫ ଥର ଲଗାଇଲେ ୨,୪ ଦିନରେ ଯାଦୁ ଭଲ ହୋଇଯିବ।
  • ଯାଦୁ ପ୍ରଥମେ ଆରମ୍ଭ ହେଉଥିଲେ ତୁଳସୀ ପତ୍ର ଓ ଲୁଣକୁ ଏକାଠି ମକଚି ସେହି ରସକୁ ଯାଦୁ ସ୍ଥାନରେ ଦେଲେ ଶୀଘ୍ର ଭଲ ହୋଇଥାଏ।
  • ପାଚିଲା ପଣସପତ୍ର ଯେଉଁଟାକି ଝଡି ପଡିଥିବ, ତାକୁ ପୋଡି ସେହି ଭଷ୍ମରେ ରାଶି ତେଲ ମିଶାଇ ମଲମ ପରି ଯାଦୁରେ ସବୁଦିନ ଲଗାନ୍ତୁ, ଯାଦୁ ଭଲ ହୋଇଯିବ।

୯୫)ଗୋଡ ବାଲି ଖାଉଥିଲେ edit

  • ରାତିରେ ଶୋଇବା ସମୟରେ ଗୋଡକୁ ଗରମ ପାଣିରେ ଧୋଇ ଯଦାଖାଇ ଫଳକୁ ଘୋରି ଚନ୍ଦନ ପରି ପାଦ ଓ ଆଙ୍ଗୁଠି ସନ୍ଧିରେ ଲଗାଇଲେ ଶୀଘ୍ର ଏଥିରୁ ମୁକ୍ତି ମିଳେ।

୯୬)କାଛୁ କୁଣ୍ଡିଆ edit

  • ଏକ କପ କଲରା ରସ ସହ କିଛି ଚୂନ ପାଣି ମିଶାଇ ଦେହରେ ଲଗାନ୍ତୁ କାଛୁ କୁଣ୍ଡିଆ ଭଲ ହୋଇଯିବ।
  • ନିମ୍ବ ପତ୍ର ରସ ଗରମ ପାଣିରେ ମିଶାଇ ଗାଧାନ୍ତୁ। ଏହା ପରେ ନଡିଆ ତେଲରେ କର୍ପୂର ମିଶାଇ ଦେହରେ ଲଗାନ୍ତୁ, କାଛୁ କୁଣ୍ଡିଆ ଭଲ ହୋଇଯିବ।

୯୭)ଅନିଦ୍ରା edit

  • ଚାମୁଚେ ଭଜା ଜିରା ଗୁଣ୍ଡକୁ ପାଚିଲା କଦଳୀ ସହ ଚକଟି ରାତିରେ ଶୋଇବା ପୂର୍ବରୁ ଖାଅନ୍ତୁ। ଏହି ରୋଗ ଭଲ ହୋଇଯିବ।

୯୮)ବିଇଞ୍ଚି, ଚମଦଳା, ଯାଦୁ, କୁଣ୍ଡିଆ ଓ ଗୋଡକନ୍ଦା ପାଇଁ edit

  • ନିମ୍ବପତ୍ର, ହଳଦୀ ଓ ସୋମରଜ ମଞ୍ଜି ସମାନ ଭାବରେ ବାଟି ଶରୀରରେ ଲଗାନ୍ତୁ। କଲରା, ନିମ୍ବ, ପିତା ଶାଗ କିମ୍ବା ହଳଦୀ ଅଧିକ ମାତ୍ରାରେ ଖାଇଲେ ଭଲ ଫଳ ମିଳିଥାଏ।

୯୯)ଚର୍ମ ରୋଗ edit

  • ପ୍ରତ୍ୟକ ଦିନ ଖାଲି ପେଟରେ ଗୋଟିଏ ସେଓ ଓ ଦୁଧ ପିଇଲେ ଚର୍ମ ରୋଗ ହୋଇନଥାଏ।
  • ଯଦି ଦେହରେ କୌଣସି ଜାଗାରେ ଚର୍ମ ରୋଗ ହୋଇ ଥାଏ ତେବେ ଲେମ୍ବୁ ରସ ସେ ଜାଗାରେ ଲଗାନ୍ତୁ ସୁଫଳ ମିଳିବ।
  • ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ଫୁଟା ପାଣିରେ ନିୟମିତ ଗାଧାନ୍ତୁ ଚର୍ମ ସୁସ୍ଥ ରହିବ।
  • ପ୍ରତ୍ୟକ ଦିନ କିଛି ଗାଜର ରସ ସେବନ କରନ୍ତୁ ରକ୍ତ ପରିଷ୍କାର ସାଙ୍ଗେ ତ୍ୱଚା ଉଜ୍ୱଳ ରହିବ ଓ ଏଥିରେ କାଛୁ କୁଣ୍ଡିଆ ଓ ବ୍ରଣ ଆଦି ଭଲ ହୋଇଥାଏ। ୨୦ ଦିନ ପର୍ଯ୍ୟନ୍ତ ଗାଜର ରସ ସବୁ ଦିନ ସେବନ କରନ୍ତୁ।
  • ସମାନ ପରିମାଣରେ ଧନିଆ ଓ ପାନ ମହୁରୀକୁ ଏକତ୍ର କରି ଚୂର୍ଣ୍ଣ କରନ୍ତୁ। ସେଥିରେ ଦେଢ ଗୁଣ ଚୂର୍ଣ୍ଣ ମିଶିରି ମିଶାଇ ପ୍ରତ୍ୟକ ଦିନ ସକାଳେ ଓ ସଂଧ୍ୟା ରେ ୩୦ ଗ୍ରାମ ଖାଆନ୍ତୁ, ଚର୍ମ ରୋଗ ଭଲ ହୋଇଯିବ।
  • ଗହମ କଳା ହେବା ପର୍ଯ୍ୟନ୍ତ ଭାଜିବେ। ଏହାକୁ ଚୂର୍ଣ୍ଣ କରି ସୋରିଷ ତେଲରେ ମିଶାଇବେ। ଏହି ଚୂର୍ଣ୍ଣ କୁ ଚର୍ମ ରୋଗ ସ୍ଥାନରେ ଲଗାଇବେ ଦେଖିବେ ଚର୍ମରୋଗ ଭଲ ହୋଇଯିବ।

୧୦୦)ଯକ୍ଷ୍ମା edit

  • ଅର୍ଜୁନ ଗଛର ଛାଲିକୁ ଗୁଣ୍ଡକରି ଗୁଣ୍ଡକୁ ବାସଙ୍ଗ ପତ୍ର ରସରେ ୭ଥର ଭାବନା ଦେଇ ସେହି ଚୂର୍ଣ୍ଣକୁ ଘିଅ, ମହୁ ଓ ମିଶ୍ରି ସହ ଖାଇଲେ ଯକ୍ଷ୍ମା, କାଶ ଭଲ ହୋଇଥାଏ।

୧୦୧)ଅଣ୍ଟା ଧରିଲେ edit

  • ପସାରୁଣି ପତ୍ର ବାଟି ୩/୪ ଥର ପିଅନ୍ତୁ ଓ ବିରିରେ ମିଶାଇ ପୋଡ ପିଠା କରି ଖାଇଲେ ଅଣ୍ଟା ଧରା କମିଯିବ।

୧୦୨)ମୂର୍ଚ୍ଚା edit

  • ପୁରୁଣା ଗୁଆ ମଧ୍ୟରେ ଏକ ପ୍ରକାର ଧଳା ପୋକ ଥାଏ। ସେହି ପୋକରୁ ଗୋଟିଏ (ଜୀବନ୍ତ) ଗୋଟି ପାଚିଲା କଦଳୀ ମଧ୍ୟରେ ପୁରାଇ ଗିଳିଦେବେ। ୪/୫ ଦିନ ଏପରି ୪/୫ ଟି ପୋକ ଖାଇଲେ ମୂର୍ଚ୍ଚା ରୋଗ ଭଲ ହୋଇଯିବ।

୧୦୩)ବାତ ରୋଗ edit

  • ଗାଇ ଦୁଧରେ ରସୁଣ ସିଝାଇ ଖାଇବାକୁ ଦିଅନ୍ତୁ ବାତ ରୋଗ ଭଲ ହୋଇଯିବ।

୧୦୪)ଅପସ୍ମାର ବା ମୃଗୀ edit

  • ବେଗୁନିଆ ପତ୍ର ରସରେ ଅଫିମ ମିଶାଇ ନସ୍ୟ ଦେଲେ ଏହି ରୋଗ ଭଲ ହୋଇଥାଏ।

୧୦୫)ଶ୍ୱେତ ପ୍ରଦର (ଲ୍ୟୁ କେରିଆ) edit

  • ଗୋଲମରିଚ ୨ ଗ୍ରାମ ଓ ଡାଳିମ୍ବ ପତ୍ର ୨୦ ଗ୍ରାମ ଜଳରେ ଏକତ୍ର ସିଝାଇ ତାକୁ ଛାଣି ୧୫ ଦିନ ପର୍ଯ୍ୟନ୍ତ ଦିନ କୁ ୨ ଥର ଲେଖାଏଁ ପିଇଲେ ଏହି ରୋଗ ଭଲ ହୁଏ।

୧୦୬)ଉନ୍ମାଦ ଓ ପାଗଳାମୀ edit

  • ୭ଟି ପୁରୁଣା ପାଣି କଖାରୁ ମଞ୍ଜିକୁ ବାଟି ମହୁରେ ମିଶାଇ ୩ ଦିନ ଖାଇବାକୁ ଦିଅନ୍ତୁ।
  • ପୁରୁଣା ଘିଅ ୪ ଗ୍ରାମ ଓ ଶ୍ୱେତ ସୋରିଷ ଗୁଣ୍ଡ ୧ ଗ୍ରାମ ମିଶାଇ ସେବନ କରନ୍ତୁ।
  • ପାତାଳ ଗରୁଡ ଚେର ବା ସର୍ପଗନ୍ଧା ଚେର, ବ୍ରାହ୍ମୀ, ଜଟା ମାଂସୀ ଓ ଶଙ୍ଖ ପୁଷ୍ପୀକୁ ସମପରିମାଣରେ ଚୂର୍ଣ୍ଣ କରି ଦିଙ୍କୁ ୩ ଥର ଶୁଙ୍ଘାଇଲେ ରୋଗ ଭଲ ହୋଇଥାଏ।

୧୦୭)ସ୍ୱପ୍ନ ଦୋଷ ଓ ଧାତୁକ୍ଷୟ edit

  • ଅଁଳା, କର୍ପୂର, ବଉଳ ମଞ୍ଜି ଶସ ଓ ଦୁବ ଚେର ସମାନ ପରିମାଣରେ ନେଇ ଚୂର୍ଣ୍ଣ କରି ସେଥିରୁ ୨ଗ୍ରାମ ଗୁଡ ସହିତ ଶୋଇବା ସମୟରେ ଖାଆନ୍ତୁ, ସ୍ୱପ୍ନ ଦୋଷ ଦୂର ହୋଇଯିବ।
  • ଶୀମୂଳୀ ମୂଳ, କୋଇ ଲେଖା ମଞ୍ଜି, , ଶତାବରୀ, ଭୂଇଁ କଖାରୁ, ବାଇଡଙ୍କ ମଞ୍ଜି ଓ ଅଶ୍ୱଗନ୍ଧା ଆଦିକୁ ଚୂର୍ଣ୍ଣ କରି ଦୁଧ ସହିତ ଦିନକୁ ୩ ଥର ସେବନ କରନ୍ତୁ, ସୁଫଳ ମିଳିବ।
  • ସମ ପରିମାଣରେ ଅଶ୍ୱଗନ୍ଧା, ଗୋ ଖୁରା, ରଂଗ କଇଁର କଳା ଓ ମିଶ୍ରି ନେଇ ଦିନ କୁ ୨ ଥର ୩ ଚାମୁଚ ଲେଖାଏଁ ଖାଇଲେ ଉପକାର ମିଳିବ।

୧୦୮)ନିଆଁରେ ପୋଡିଗଲେ edit

  • ଅଁଳା ରସ କିମ୍ବା ବିଲାତି ଆଳୁ ବାଟି କରି ଲଗାନ୍ତୁ।

୧୦୯)ପୋଡା ଘା' ର ମଲମ edit

  • ପୋଡା ଘା'ରେ ଯଦି ଲଙ୍କା ଜଡାର ରସକୁ ଲଗାଇ ଦିଅନ୍ତୁ, ଦରଜ ଖାଇଯିବ ଓ ଘା' ଚଞ୍ଚଳ ଶୁଖିଯିବ।
  • ଝୁଣା ଓ ତେଲ ମିଶାଇ କଂସା ଥାଳିରେ ଘର୍ଷଣ କରି ସେଥିରେ ଲଗାଇଲେ ପୋଡା ଘା' ଭଲ ହୁଏ।
  • ଗୋଟିଏ ମହମବତୀ ଓ ତାହା ଓଜନର ନଡିଆ ତେଲ ନେଇ ନିଆଁରେ ଗରମ କରି ନଡିଆ ତେଲ ଓଜନର ଗନ୍ଧକ ପକାଇ ନିଆଁକୁ ଓହ୍ଲାଇ ଦିଅନ୍ତୁ। ଏହା ଥଣ୍ଡା ହେଲେ ମଲମ କରି ଲଗାଇଲେ ଭଲ ଫଳ ମିଳିବ।

୧୧୦)ପରିସ୍ରା ବନ୍ଦ ହେଲେ edit

  • ସ୍ତ୍ରୀଙ୍କ ମୁଣ୍ଡରୁ ବାଳକୁ ଚକ୍ଷୁରେ ଅଞ୍ଜନ ଦେଲେ ପରିସ୍ରା ହୋଇଥାଏ।
  • ଶ୍ରୀ କର୍ପୂର ସରୁ ସଳିତାରେ ଲଗାଇ ପରିସ୍ରା ଦ୍ୱାରରେ ଦେଲେ ଓ ଯବକ୍ଷାର ମିଶ୍ରି ଖାଇଲେ ପରିସ୍ରା ହୁଏ।

୧୧୧)ଅଳ୍ପ ଅଳ୍ପ ପରିସ୍ରା ହେଉଥିଲେ edit

  • ବରୁଣ ଗଛର ଛେଲିକୁ ପାଞ୍ଚ ଗୁଣ ପାଣିରେ ମିଶାଇ ସିଝାଇ ଦିଅନ୍ତୁ। ସେଥିରେ ଏକ ଚତୁର୍ଥାଂଶ ଜଳ ରହିଲେ ଏହାକୁ ଛାଣି ୫୦ଗ୍ରାମ ମାତ୍ରାରେ ଦିନକୁ ୨ଥର ସେବନ କଲେ ଉପକାର ମିଳିଥାଏ।
  • ପ୍ରତ୍ୟକ ଦିନ ପଇଡ ପାଣି ସହ ପ୍ରସାରିଣୀର ପଞ୍ଚାଙ୍ଗ ଗୁଣ୍ଡ ଏକ ଚାମଚ ସକାଳେ ଓ ସଂଧ୍ୟାରେ ୨ଥର ଏହିପରି ମାସେ ଖାଇଲେ ସୁଫଳ ମିଳିବ।

୧୧୨)ହାଡ ଭାଙ୍ଗି ଯାଇଥିଲେ edit

  • ଜଡା ପତ୍ର ଛେଚି, ଜଡା ତେଲରେ ଭାଜି ଗରମ ଥିବା ଅବସ୍ଥା ରେ ଭଙ୍ଗା ସ୍ଥାନରେ ପଟି ଭିଡିବେ ଓ ହିଞ୍ଜଳ ଛାଲିକୁ ଦୁଧରେ ବାଟି ପିଇବେ।
  • ଇଟା ଗୁଣ୍ଡକୁ ମେଣ୍ଡା ଦୁଧରେ ମିଶାଇ ଲେପ ଦେଲେ ଭଙ୍ଗା ହାଡ ଯୋଡି ହୋଇଥାଏ।

୧୧୩)କୁଷ୍ଠ ରୋଗ ନିବାରଣ edit

  • ନିମ୍ବ ଗଛ ମୂଳ ଛେଲିରେ ରସ ଦୁଇ ତୋଳା ଓ ଖଇର ଅଢେଇ ମସା ଏକତ୍ର କରି କିଛି ଦିନ ସେବନ କଲେ ଏହି ରୋଗ ଭଲ ହୁଏ।

୧୧୪)ଧବଳ ରୋଗ ନିବାରଣ edit

  • ସୋମରାଜ ମଞ୍ଜି, ହରିଦା ଚିତା ମୂଳ ଓ ଗୁଞ୍ଜିକୁ ଗୋମୂତ୍ରରେ ବାଟି ଲେପ ଦେଲେ ଏହି ରୋଗ ଭଲ ହୁଏ।
  • ନୀଳ ଅପରାଜିତା ମୂଳ ଓ ବପିପ୍‌ପୁଳା ମୂଳ ଏକତ୍ର ଗୋମୂତ୍ରରେ ବାଟି ଲଗାଇଲେ ମଧ୍ୟ ଏହି ରୋଗ ନିବାରଣ ହୋଇଥାଏ।

୧୧୫)ହିକ୍‌କା ଓ ବମନ ନିବାରଣ edit

  • ବରକୋଳି ମଞ୍ଜିର ଶସ ଏକ ଅଣା ଓଜନ ମଧୁ ସହିତ ସେବନ କଲେ ଏହି ରୋଗ ଭଲ ହୋଇଥାଏ।

୧୧୬)ମୁଖ ଘା' ନିବାରଣ edit

  • ମାଜୁ ଫଳ ଗୁଣ୍ଡ ଓ ମିଶ୍ରି ଏକତ୍ର ମିଶାଇ ମୁହଁରେ ଲଗାନ୍ତୁ, ଏହି ରୋଗ ଭଲ ହୋଇଯିବ।

୧୧୭)ମୁଖ ଦୁର୍ଗନ୍ଧ edit

  • ଦିନକୁ ଦି'ଥର ଖାଇବାର ଅଧ ଘଣ୍ଟାପରେ ପାଞ୍ଚଟି ତୁଳସୀ ପତ୍ର ଚୋବାନ୍ତୁ ମୁଖ ଦୁର୍ଗନ୍ଧ ଭଲ ହୋଇଯିବ।

୧୧୮)ଏଲର୍ଜି ହେଉଥିଲେ edit

  • ଗୁଆ ଘିଅକୁ ଗରମ କରି ଆବଶ୍ୟକ ପରିମାଣରେ ହଳଦୀ ମିଶାଇ ଛୋଟ ଛୋଟ ଗୁଳା କରି ଦିଅନ୍ତୁ। ପ୍ରତ୍ୟକ ଦିନ ସକାଳେ ଏଥିରୁ ଗୋଟିଏ ଗୁଳା ଖାଇଲେ ଏଲର୍ଜି ରୁ ଉତ୍ପନ୍ନ ରୋଗ ଭଲ ହୋଇଥାଏ।

୧୧୯)ନିଦ ହେଉନଥିଲେ edit

  • ଉଷୁମ ପାଣିରେ ସ୍ନାନ କରି ଉଷୁମ ଦୁଧରେ ଏକ ଚାମୁଚ ମହୁ ମିଶାଇ ପିଇଲେ ନିଦ ଭଲ ହୁଏ।

୧୨୦)ପାଦ ଫାଟୁଥିଲେ edit

  • ତରଳ ମହମ ନଡିଆ ତେଲ ସହିତ ମିଶ୍ରଣ କରି ଉଷୁମ ଉଷୁମ ଫଟା ଗୋଡରେ ଲଗାଇଲେ ଗୋଡ ଫଟା ଭଲ ହୋଇଥାଏ।
  • ଦୁଦୁରା ମଞ୍ଜି, ସୌନ୍ଧବ ଲବଣ ଓ ସୋରିଷ ତେଲକୁ ଏକାଠି କରି ମିଶେଇ ଲଗାଇଲେ ପାଦ ଓ ହାତ ଗୋଡ ଫାଟିବା ବନ୍ଦ ହୁଏ।
  • ନଡିଅ ତେଲ ୧୦ଗ୍ରାମ, ଲହୁଣୀ ୧୦ଗ୍ରାମ ଓ ଚୁଆ ୧୦ ଗ୍ରାମ ମିଶାଇ ନିଆଁରେ ଫୁଟାଇ ୨ଥର ଲଗାଇଲେ ସୁଫଳ ମିଳିଥାଏ।
  • ଜଡା ତେଲରେ ଝୁଣା ଚୂର୍ଣ୍ଣ ମିଶାଇ ଲଗାଇ ନିଆଁରେ ସେକ ଦେଲେ ସୁଫଳ ମିଳିଥାଏ।

୧୨୧)କେଶ କଳା ରହିବା ପାଇଁ edit

  • ପ୍ରତ୍ୟକ ଦିନ ୨ଥର ଉଷୁମ ଦୁଧ ପିଇଲେ କେଶ କଳା ରହିବା ସହିତ କେଶ ଶୁଷ୍କ ଓ ଫୁରୁକୁଟିଆ ହୁଏ ନାହିଁ।

୧୨୨)କେଶ ବୃଦ୍ଧି edit

  • ନଡିଆ ତେଲରେ ଭୃଷୁଙ୍ଗ ପତ୍ର ମିଶାଇ ନିଆଁରେ ପୋଡିଯିବା ପର୍ଯ୍ୟନ୍ତ ବସାଇବେ। ଏହାକୁ ଥଣ୍ଡା ଅବସ୍ଥାରେ ଭଷ୍ମ କରି ବୋତଲରେ ରଖିବେ। ଏହି ଭଷ୍ମକୁ କେଶରେ ପ୍ରତିଦିନ ଲଗାଇଲେ କେଶ କଳା ହେବା ସାଙ୍ଗେ ବୃଦ୍ଧି ମଧ୍ୟ ହୁଏ।

୧୨୩)କେଶ ସୁସ୍ଥ ରହିବାର ଉପାୟ edit

  • ପ୍ରତ୍ୟକ ଦିନ ଦହି ଖାଆନ୍ତୁ ଓ ଠିକ୍ ସମୟରେ ଶୁଅନ୍ତୁ କେଶ ସୁସ୍ଥ ରହିବ।
  • ବେଳେ ବେଳେ କେଶରେ ଦହି ବେସନ କିମ୍ବା ମେହେନ୍ଦୀ ଲଗାନ୍ତୁ, କେଶ ପାଇଁ ଭଲ।
  • କଞ୍ଚା ନିମ୍ବ ପତ୍ରକୁ ଛେଚି ତାର ରସକୁ କେଶରେ ଲଗାନ୍ତୁ, କେଶ ଉପୁଡିବା ବନ୍ଦ ହୋଇଥାଏ।
  • ଅଧିକ ପରିମାଣର ଚା' ଓ କଫି ପିଇଲେ ଏହା କେଶ ଉପରେ କୁପ୍ରଭାବ ପକାଏ।
  • ଖାଲି ପେଟରେ ଅଁଳା ରସ ପିଇଲେ କିମ୍ବା ଏହାର ରସକୁ ସର୍ବତ କରି ପିଅନ୍ତୁ, କେଶ ଘଞ୍ଚ ଓ କଳା ହେବ।

୧୨୪)କେଶ ଉପୁଡିଲେ କିମ୍ବା ରୂପି ହେଲେ edit

  • ଦହିରେ ଲେମ୍ବୁ ରସ ମିଶାଇ କେଶରେ ଘଷି କିଛି ସମୟ ପରେ ମୁଣ୍ଡକୁ ଗରମ ପାଣିରେ ଧୋଇ ଦିଅନ୍ତୁ।କେଶ ଉପୁଡିବ ନାହିଁ କି ମୁଣ୍ଡରେ ରୂପି ହେବ ନାହିଁ।

୧୨୫)ମୁଣ୍ଡରେ ରୂପି ହେଲେ edit

  • ନଡିଆ ତେଲକୁ ହାଲୁକା ଭାବରେ ଗରମ କରି ସେଥିରେ ଅଳ୍ପ ଟିକେ ସୋଡା ଓ ଅଧ ଚାମୁଚ ଲେମ୍ବୁ ରସ ମିଶାଇ ମିଶ୍ରଣ କରନ୍ତୁ। ଏହାକୁ ପ୍ରତି ସପ୍ତାହରେ ଥରେ ଲେଖାଏଁ ମୁଣ୍ଡରେ ମାଲିସ କରନ୍ତୁ। ଦେଖିବେ ମୁଣ୍ଡରେ ରୂପି ରହିବ ନାହିଁ।

୧୨୬)କ୍ଲାନ୍ତି ଦୂର ପାଇଁ edit

  • ମହୁରେ କିଛି ସିରକା ମିଶାଇ ସକାଳେ ଏକ ଚାମୁଚ ଲେଖାଏଁ ପାନ କରନ୍ତୁ, କ୍ଲାନ୍ତି ଦୁର ହୋଇଯିବ।

୧୨୭)ମାନସିକ ରୋଗ ପାଇଁ edit

  • ବ୍ରାହ୍ମୀ, ଥାଳକୁଡି, ବର, ଜଟାମାଂସୀ, ସର୍ପଗନ୍ଧା (ପାତାଳ ଗରୁଡ) ଓ ଅଶ୍ୱଗନ୍ଧ ଆଦି ବହୁତ ଭଲ ଅଟେ। ଉନ୍ନାଦ ଓ ସିଜୋଫ୍ରେନିଆ ଆଦି ମାନସିକ ରୋଗରେ ସର୍ପଗନ୍ଧା ଚୂନ ୫ ଗ୍ରାମ ମାତ୍ରା ରେ ଦିନକୁ ୩ଥର ମହୁ ସାଙ୍ଗରେ ଖାଆନ୍ତୁ ଭଲ ଫଳ ମିଳିବ। ଅନ୍ୟ ସମସ୍ତ ପ୍ରକାର ମସ୍ତିଷ୍କ ରୋଗରେ ବ୍ରାହ୍ମୀ ପତ୍ର ରସ ୧୫ ମିଲି ସହିତ ବଚ, ଜଟାମାଂସୀ ଓ ଅଶ୍ୱଗନ୍ଧା ପ୍ରତ୍ୟକରୁ ୨ ଗ୍ରାମ ଲେଖାଏଁ ଗୁଣ୍ଡ ଏକାଠି ମିଶାଇ ମହୁ ସହ ସେବନ କଲେ ସୁଫଳ ମିଳିବ।

୧୨୮)ସ୍ମରଣ ଶକ୍ତି ବୃଦ୍ଧି edit

  • ବଥୁଆ ଶାଗ ଖାଆନ୍ତୁ, ସୁଫଳ ମିଳିବ।
  • ବ୍ରାହ୍ମୀ ରସ ସାଙ୍ଗେ ଥାଳକୁଡି ରସକୁ ଦୁଧ ସହିତ ମିଶାଇ ଖାଆନ୍ତୁ ସ୍ମରଣ ଶକ୍ତି ବୃଦ୍ଧି ହେବ।

୧୨୯)ଶରୀରର ମରାମତି edit

  • ଅଧିକ ସମୟ ଶୁଅନ୍ତୁ ଶରୀରର ମରାମତି ହେବ, ଯାହା ଫଳରେ ଶରୀର ଠିକ୍ ରୁହେ।

୧୩୦)ବର୍ଷା ଦିନରେ ପୋକ କାମୁଡିଲେ edit

  • ବର୍ଷା ଦିନରେ କୌଣସି ପୋକମ କାମୁଡିଲେ ତୁରନ୍ତ ସେ ଜାଗା ରେ ନିମ ତେଲ ଲଗାନ୍ତୁ। ପୂଜ ବୋହିବ ନାହିଁ।

୧୩୧)ବିଷ ଫଳ ଖାଇଥିଲେ edit

  • ଦୁଦୁରା ମଞ୍ଜି, କୋଚିଲା ମଞ୍ଜିମ ଓ ଅଫିମ ମଞ୍ଜି ଆଦି ବିଷାକ୍ତ ଫଳ ଖାଇଥିଲେ ସାଙ୍ଗେ ସାଙ୍ଗେ ତୁଳସୀ ପତ୍ରକୁ ବାଟି ଗାଈ ଘିଅରେ ମିଶାଇ ରୋଗୀକୁ ପିଆନ୍ତୁ ଶରୀରର ସବୁ ବିଷ ନଷ୍ଟ ହୋଇଯିବ।

୧୩୨)ଭାଙ୍ଗ, ପତି ଓ ଅବଗୁଣ ନିବାରଣ edit

  • କାନରେ ସୋରିଷ ତେଲ ପକାଇ ଦେଲେ ନିଶା ନିବାରଣ ହୋଇଥାଏ।

୧୩୩)ବିଷ ନାଶିନୀ ସ୍ନାନ edit

  • ଅଁଳାକୁ ବାଟି ଭଲ ଭାବରେ ଦେହରେ ଲଗାଇ ୧୦୦ ମାଠିଆ ପାଣିରେ ଗାଧାନ୍ତୁ ସବୁ ବିଷ ଶରୀରରୁ ଚାଲିଯାଏ।
  • ଉଡମ୍ବୁର ଫଳର ମଞ୍ଜି କୁ ଥଣ୍ଡା ଜଳରେ ବାଟି ପିଇଲେ ବିଷ ଖାଇଥିବାର ଅପଗୁଣ ସବୁ ନଷ୍ଟ ହୋଇଯିବ।

୧୩୪)ଭାଲିଆ ବିଷ ନିବାରଣ edit

  • ତିଳ ତେଲରେ ଗରମ ଜଳ ମିଶାଇ ପିଇ ଓକାର କରନ୍ତୁ।ଥଣ୍ଡା ଜଳରେ ଗାଧେଇବେ ଓ ଶୀତଳ କ୍ରିୟା କରିବେ। ଆଖୋରୋଟ ଖାଇବେ ଓ ଲହୁଣୀ ଲଗାଇବେ।

୧୩୫)ବିରାଡି କାମୁଡିଲେ edit

  • କଲରା ପତ୍ର ବାଟି କାମୁଡା ଜାଗା ରେ ଲଗାନ୍ତୁ ସୁଫଳ ମିଳିବ।

ଆଧାର edit

Template:Wb/or/ଆଧାର

ଶ୍ରେଣୀ:ଚିକିତ୍ସା ବିଜ୍ଞାନ

  1. Template:Wb/or/Cite book
  2. http://or.vikaspedia.in/health/b06b5fb41b37/b2fb47b15b23b38b3f-b30b17b30-b18b30b07-b1ab3fb15b3fb24b4db38b3e