Wq/or/ଭାଗବତ ବାଣୀ

< Wq‎ | or
Wq > or > ଭାଗବତ ବାଣୀ
  1. ଆପଣା କଳା କର୍ମମାନ ।
    ବେଳୁଁ ହୋଇବ ସାବଧାନ ॥
  2. ପ୍ରାଣୀଙ୍କ ଭଲ ମନ୍ଦ ବାଣୀ ।
    ମରଣ କାଲେ ତାହା ଜାଣି ॥
  3. ନମଇଁ ନୃସିଂହ ଚରଣ ।
    ଅନାଦି ପରମ କାରଣ ॥
  4. କପଟ ଧର୍ମ ଯାର ନାହିଁ ।
    ସ୍ଵଭାବେ ସନ୍ଥ ସେ ବୋଲାଇ ॥
  5. ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।
    ପାଦୁ ଗଳୁଛି ମକରନ୍ଦ ॥
  6. ସେ ମକରନ୍ଦ ପାନ କରି।
    ହେଳେ ତରିଲେ ବ୍ରଜନାରୀ ॥
  7. ଉତ୍ତମ ସଙ୍ଗେ ସଙ୍ଗ ଯାର।
    ସେ କରେ ଉତ୍ତମ ବେଭାର ।।
  8. ହୀନ ସଙ୍ଗତେ ହୀନ ଗତି।
    ହସି କହନ୍ତି ଯଦୁପତି ।।

(ଏଥିରେ ଭଲ ଲୋକ ସଙ୍ଗେ ସାଙ୍ଗ ହେଲେ ଭଲ ଫଳ ମିଳିବା ଏବଂ ଖଳ ଲୋକେ ସଙ୍ଗେ ସାଙ୍ଗ ହେଲେ ଅସୁବିଧା ଭୋଗିବା କଥା କୁହାଯାଇଛି ।)