Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୨୪

ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା:୨୪

କବୀର ଦୋହା ଗୁଚ୍ଛ ୨୪ [1] edit

ପବିତ୍ର ପ୍ରଭୁ ଦର୍ଶନ ପାଇଁ ବୁଲୁଛୁ ଦେଶ ବିଦେଶ,
ପ୍ରଭୁ ସାକ୍ଷାତ ପାଇଲେ ତୋର ଅଗଣା ହେବ ବିଦେଶ । ୧।

ଅହଂ ବିମୁଖ ହେବାରୁ ହେଲା ପ୍ରକାଶ ଜ୍ୟୋତି ଅନନ୍ତ,
ପ୍ରଭୁ ସେବକ ସାଙ୍ଗରେ ଥିଲେ ଖେଳିବ ସଦା ବସନ୍ତ । ୨।

ଯୋଗୀ ବନିଲ, ଦର୍ଶନ ହେଲା, ତୁଟି ଗଲା ଦ୍ଵନ୍ଦମାନ,
ନିଜକୁ ନିଜେ ଚିହ୍ନି ପାରିଲ, ମିଳିଗଲା ବ୍ରହ୍ମ ଜ୍ଞାନ ।୩।

ଲୁଣ ଜଳରେ ଥରେ ମିଳାଏ, ମିଳାଏନି ପୁନଃ ପୁନ,
ଆତ୍ମା ମିଶିଲା ଶବ୍ଦ ସାଥୀରେ, କାଳ ରହିଗଲା ମୌନ ।୪।

କହିବା କଥା କହି ଗଲି ମୁଁ ବାକି ନାହିଁ କହିବାକୁ,
ପ୍ରଥମ ଗଲା, ଦ୍ଵିତୀୟ ଗଲା, ସମୁଦ୍ରେ ଢେଉ ମିଶିଲା ।୫।

ଉର୍ଦ୍ଧରେ ଚିତ୍ତ ଲାଗାଇ ଦେଲେ ଗଗନକୁ ଯାଇପାର୍,
ବିନା ଚାନ୍ଦ ଚାନ୍ଦିନି ଯେଉଁଠି, ଅଲେଖ ନିରଞ୍ଜନ ଘର ।୬।

'ମୋର' ତୁଟିଲା ମୁକ୍ତ ହେଲି ମୁଁ ପାଇଲି ଅଗମ୍ୟ ବସା,
କେହି ତ ମୋର ଦ୍ଵିତୀୟ ନାହିଁ, ତୁମେ ହିଁ ମୋର ଭରସା ।୭।

ଚିତ୍ତ ମିଶିଲା ଶବ୍ଦ ମଧ୍ୟରେ, ବିନା ଶବ୍ଦ ଜପ ହେଲା,
ଲେଖ ମିଶିଲା ଅଲେଖ ସାଥେ, ଅହଂ ସ୍ଵୟଂ ମିଶ୍ର ହେଲା ।୮।

ପିଞ୍ଜରାରେ ମୋ ପ୍ରେମ ପ୍ରକାଶ, ଆଲୋକିତ ମୋ ଅନ୍ତର,
ମହଲରେ ମୁଁ ସୁନିଦ୍ରା ଯାଏ, ମୁଖରୁ ବାସ ଅତର ।୯।

ଆସିଥିଲି ମୁଁ ଏ ସଂସାରକୁ, ଦେଖିବାକୁ ବହୁ ରୁପ,
କବୀର କହେ ସନ୍ଥ ବନିଲି, ଦୃଶ୍ୟ ହୋଇଲେ ଅନୁପ ।୧୦।

ଆଧାର edit

  1. http://anahad-naad.blogspot.in/2011/05/kabirs-dohe-2.html