Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୨୩

ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା:୨୩

କବୀର ଦୋହା ଗୁଚ୍ଛ ୨୩ [1] edit

ଯନ୍ତ୍ର ଓ ମନ୍ତ୍ର ସବୁ ତ ମିଛ, ଭ୍ରମରେ ପଡନି କେହି,
ସାର ଶବ୍ଦ ନଜାଣିବା ବିନା, କାକ ହଂସ ହୁଏ ନାହିଁ । ୧।

ଆଦି ନାମଟି ପରଷ ମଣି, ମନଟି ମ ଇଳା ଲୁହା,
ପରଷ ପାଇଲେ କାଞ୍ଚନ ହୁଏ, ତୁଟେ ବନ୍ଧନର ମୋହ ।୨।

ଓଁକାର ଶବ୍ଦ ପ୍ରକୃତ ନାମ, ବୁଝି ନିଅ ସବୁ ପ୍ରାଣୀ,
ଜାଣିଛି ଯିଏ ନାମ ମହାତ୍ମ୍ୟ, ଅମର ହୁଏ ସେ ପ୍ରାଣୀ ।୩।

ଆଦି ନାମଟି (ଓଁକାର) ଆମର ମୂଳ, ଡାଳ ସବୁ ଅନ୍ୟ ମନ୍ତ୍ର,
କବୀର, ନାମ ଜାଣି ନ ଥିଲେ, ଡୁବିବ ଆମ ସଂସାର ।୪।

ନାମ ଧରିଲେ ହୃଦ ଭିତରେ, ସବୁ ପାପ ହେବ ନାଶ,
ଏକ ସ୍ଫୁଲିଙ୍ଗ ପୋଡେ ଯେପରି ପୁରୁଣା ଶୁଖିଲା ଘାସ ।୫।

ହୃଦ କନ୍ଦରେ ଜ୍ଞାନ ପ୍ରଦୀପ ଜାଳିଲେ ପ୍ରକାଶ ହେବ,
ଏକାନ୍ତେ ନାମ ସ୍ମରଣ କଲେ, ସବୁ ପାପ ହେବ ନାଶ ।୬।

ମାୟା ଆଛନ୍ନ ମନକୁ ତ୍ୟାଗ, ନାମରେ ଆଛନ୍ନ କର,
ତାରା ମଣ୍ଡଲକୁ ଭେଦି କରି ତୁ ଯିବୁ ଅମର ପୁର ।୭।

ନାମ ବିହୁନେ ସବୁ ବେକାର,ଦେବତା ଛପନ କୋଟି,
ଇନ୍ଦ୍ର ଆସନ ହେଉ ଅଥବା ବୈକୁଣ୍ଠ ଭବନ ମାଟି ।୮।

ଲୁଟି ପାରିବୁ ଯଦି ତୁ ନିଅ ଶ୍ରୀରାମ ନାମକୁ ଲୁଟି,
ନ ନେଲେ ଅନୁତାପ କରିବୁ ପ୍ରାଣ ଯେବେ ଯିବ ଛୁଟି ।୯।

ଶୂନ୍ୟତା ମରେ, ଅଜପ ମରେ, ଅନହଦ ମରି ଯାଇ,
ରାମଙ୍କ ଭକ୍ତ କେବେ ମରେନି, କହେ କବୀର ବୁଝେଇ ।୧୦।

ଆଧାର edit

  1. http://anahad-naad.blogspot.in/2011/05/kabirs-dohe-2.html